ମଙ୍ଗଳବାର ପିପିଲିରେ ଦୁଇ କେନ୍ଦ୍ରରେ ପ୍ରଥମ ପାନ ଟିକାଦାନ

ପିପିଲି : କରୋନା ଟିକା ଅଭାବ ଯୋଗୁଁ ପିପିଲି ବ୍ଲକରେ ଗତ କିଛିଦିନ ଧରି ଟିକାକରଣ ବନ୍ଦ ରହିଥିବା ବେଳେ ଆସନ୍ତା କାଲି ୧୮ ତାରିଖ ମଙ୍ଗଳବାର ଦିନ ପିପିଲି ବ୍ଲକର ଦୁଇଟି ଟିକାକରଣ କେନ୍ଦ୍ରରେ ୫ଶହ ଜଣଙ୍କୁ ପ୍ରଥମ ପାନ କରୋନା ପ୍ରତିଷେଧକ ଟିକା ଦିଆଯିବ। ସ୍ୱାସ୍ଥ୍ୟ କର୍ମୀ, ଆଗଧାଡିର କରେନା ଯୋଦ୍ଧାଙ୍କ ସମେତ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଏହି ପ୍ରଥମ ପାନ ଟିକା ଦିଆଯିବ ବୋଲି ପିପିଲି ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି। ପୌରାଞ୍ଚଳର ପିପିଲି ହାଇସ୍କୁଲ ସ୍ଥିତ ଟିକାକରଣ କେନ୍ଦ୍ରରେ ୩ଶହ ଜଣଙ୍କୁ ଓ ମଙ୍ଗଳପୁର ସ୍ଥିତ ପଦ୍ମାବତୀ ଉଚ୍ଚ ବିଦ୍ୟାପୀଠ ଠାରେ ହୋଇଥିବା ଟିକାକରଣ କେନ୍ଦ୍ରରେ ୨ଶହ ଜଣଙ୍କୁ ଏହି ପ୍ରଥମ ପାନ ଟିକା ଦିଆଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଥିବା ବେଳେ ସକାଳୁ ଯେଉଁମାନେ ପ୍ରଥମେ ଆସିବେ ସେମାନଙ୍କୁ ଟୋକନ ଦିଆଯିବ ଓ ୯ଟାରୁ ଟିକା ଦିଆଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।

Comments are closed.