ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ

ମାଉଣ୍ଟ ମାଉଙ୍ଗାନୁଇ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି(ମଙ୍ଗଳବାର) ଖେଳାଯିବ। ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ଭାରତୀୟ ଦଳ ଏହି ଅନ୍ତିମ ମ୍ୟାଚକୁ ଜିତି ନିଜୟ ସମ୍ମାନ ରକ୍ଷା କରିବାକୁ ଚାହିଁବ। ଭାରତୀୟ ସମୟାନୁସାରେ ସକାଳ ୭ଟା ୩୦ରୁ ଏହି ମ୍ୟାଚ୍ ଆରମ୍ଭ ହେବ।
ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଁ ପ୍ରଥମେ ଟ୍ବେଣ୍ଟି-୨୦ରେ ଭଲ ପ୍ରଦର୍ଶନ କରିବା ପରେ ଦିନିକିଆରେ ଟିମ ଇଣ୍ଡିଆ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଛି। ପାଞ୍ଚ ମ୍ୟାଚ ବିଶିଷ୍ଠ ଟ୍ବେଣ୍ଟି-୨୦ ସିରିଜକୁ ୫-୦ରେ କ୍ଲିନ ସୁଇପ କରିଥିବା ଭାରତୀୟ ଦଳ ଦିନିକିଆରେ ସିରିଜ ହରାଇଛି। ହିଟ୍ ମ୍ୟାନ ରୋହିତ୍ ଶର୍ମା ଓ ଶିଖର ଧୱନ୍ ଆହତ କାରଣରୁ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଅଧିନାୟକ ବିରାଟ୍ କୋହଲି ଦିନିକିଆରେ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଛନ୍ତି। ଯାହାର ପ୍ରଭାବ ଦଳ ଉପରେ ପଡ଼ିଛି।

Comments are closed.