ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଓଜନ ହ୍ରାସ କରିଥାଏ ଟମାଟୋ ଜୁସ୍‍

ଟମାଟୋର ବ୍ୟବହାର ଦେଶରେ ବିଭିନ୍ନ ବ୍ୟଞ୍ଜନ,ଚଟଣି ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏହା ଖାଦ୍ୟର ସ୍ୱାଦକୁ ବଢାଇଥାଏ। ଖାଦ୍ୟର ସ୍ୱାଦକୁ ବଢାଇବା ସହ ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନରୁ କମ୍‍ ନୁହେଁ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଏଥିରେ ଭିଟାମିନ ସି,ଏ, ଫାଇବର,କ୍ୟାଲସିୟମ ଆଦି ରହିଛି। ବିିଭିନ୍ନ ତରକାରୀ ସହ ଟମାଟୋକୁ ଜୁସ୍‍ ଭାବେ ମଧ୍ୟ ପିଇପାରିବେ। ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ। ଜାଣନ୍ତୁ…
ଟମାଟୋ ଜୁସ୍‍ ରେ ଭିଟାମିନ ସି ଭପପୁର ମାତ୍ରାରେ ରହିଛି। ଏହା ଆଖି ପାଇଁ ଖୁବ ଉପକାରୀ। ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ। ଆଖିକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ଏହାର ସେବନ କରନ୍ତୁ।
ଟମାଟୋ ଜୁସରେ ଭିଟାମିନ ସି, ପୋଟାସିୟମ,ଭିଟାମିନ ଇ, ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ ରଖିବାରେ ବେଶ ସହାୟକ ହୋଇଥାଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଉପକାରୀ।
ଏଥିରେ ଭିଟାମିନ ସି,ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିବାରେ ସହାୟକ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ ନିୟମିତ ରୂପରେ ଏହାର ସେବନ କରନ୍ତୁ।
ଟମାଟୋ ଜୁସରେ ଫାଇବର ରହିଛି। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ ଉପକାରୀ। ଏହାର ସେବନ କରିବା ଦ୍ୱାରା ଓଜନ ହ୍ରାସରେ ବେଶ ସହାୟକ ହୋଇଥାଏ।
ଏଥିରେ ଫାଇବର ଥିବାରୁ ଏହା ଖରାପ କୋଲେଷ୍ଟେରୋଲ୍‍କୁ କମ କରିବାରେ ସହାୟକ ହୋଇଥାଏ। କୋଲେଷ୍ଟେରୋଲ୍‍ ଜନିତ ସମସ୍ୟା ଦୂର କରିବା ପାଇଁ ନିୟମିତ ଟମାଟୋ ଜୁସ୍‍ ସେବନ କରନ୍ତୁ।
ଟମାଟୋ ଜୁସ୍‍ ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ନିୟମିତ ରୂପରେ ଏହାର ସେବନ କଲେ ଯକୃତ ଓ ବୃକକ୍‍ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଟମାଟୋରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଭରପୁର ମାତ୍ରାରେ ରହିଛି। ଏହା ହୃଦୟ ପାଇଁ ଖୁବ ଉପକାରୀ। ଏହା ହୃଦୟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ।

Comments are closed.