ତ୍ୱଚାର ଚମକ ବୃଦ୍ଧି ପାଇଁ ଆବଶ୍ୟକ ଟମାଟୋ ଫେସିଆଲ

ତ୍ୱଚାର ଚମକ ବୃଦ୍ଧି ପାଇଁ ବିଶେଷ କରି ଯୁବତୀ ଓ ମହିଳାମାନେ ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ମାତ୍ର ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ଏପରି ଏକ ସାଧାରଣ ଓ ସହଜ ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ତ୍ୱଚା ସୁନ୍ଦର, କୋମଳ ଓ ଏହାର ଚମକ ମଧ୍ୟ ବୃଦ୍ଧି ପାଇଥାଏ। ଜାଣନ୍ତୁ…..
ଆପଣ ଟମାଟୋକୁ ଅନେକ ବ୍ୟଞ୍ଜନରେ ବ୍ୟବହାର କରି ଖାଇ ଥାଆନ୍ତି। ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଏହା ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ସହାୟକ ହୋଇଥାଏ। ସନବର୍ଣ୍ଣ ପାଇଁ ମଧ୍ୟ ଏହା ରାମବାଣ। ଘରେ ତ୍ୱଚା ପାଇଁ ଏପରି କରନ୍ତୁ ଟମାଟୋର ବ୍ୟବହାର –
– ପ୍ରଥମେ ପ୍ରଣାଳୀ – ଟମାଟୋ ରସରେ ଅଳ୍ପ କିଛି କ୍ଷୀର ମିଶାଇ ଏହାକୁ ତୁଳା ସାହାଯ୍ୟରେ ମୁହଁରେ ଓ ବେକରେ ଲଗାନ୍ତୁ। କିଛି ସମୟ ରଖିବା ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ।
– ୨ୟ ପ୍ରଣାଳୀ – ଫାଳେ ଟମାଟୋରେ ଅଳ୍ପ କିଛି ଚିନି ପକାଇ ଏହାକୁ ମୁହଁରେ ଧିରେ ଧିରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।
– ୩ୟ ପ୍ରଣାଳୀ – ତ୍ୱଚାକୁ ଷ୍ଟିମିଙ୍ଗ ଦିଅନ୍ତୁ। ଏକ ପାତ୍ରରେ ଉଷୁମ ପାଣି ଆଣି ନିଜ ମୁହଁରେ ତଉଲିଆରେ ଘୋଡ଼ାଇ ୫ ରୁ ୭ ମିନିଟ ଷ୍ଟିମିଙ୍ଗ ବା ବାମ୍ଫ ନିଅନ୍ତୁ।
– ୪ର୍ଥ ପ୍ରଣାଳୀ – ଶେଷରେ ଟମାଟୋ ରସରେ ଚନ୍ଦନ ଗୁଣ୍ଡ, ମହୁ ମିଶାଇ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ।୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ନିଜେ ବ୍ୟବହାର କରୁଥିବା କିଛି ମଶ୍ଚୁରାଇଜର ଲଗାନ୍ତୁ।

Comments are closed.