ମହାକାଶରେ ଫିଲ୍ମ ଶୁଟିଂ କରିବେ ଟମ୍‍ କ୍ରୁଜ୍‍, ନାସା ସହ ଚାଲିଛି ଆଲୋଚନା

ମୁମ୍ବଇ: ମହାକାଶରେ ନିଜ ଆଗାମୀ ଚଳଚ୍ଚିତ୍ରର ଶୁଟିଂ କରିବେ ଲୋକପ୍ର୍ରିୟ ହଲିଉଡ଼ ଅଭିନେତା ଟମ୍‍ କ୍ରୁଜ୍‍। ପ୍ରତିଥର ଚଳଚ୍ଚିତ୍ରରେ ଦର୍ଶକଙ୍କୁ କିଛି ଭିନ୍ନ ସ୍ୱାଦ ଚଖାଉଥିôବା ଏହି ଅଭିନେତା ଏଥର ସମସ୍ତଙ୍କୁ ଚକିତ କରିବାର ଯୋଜନା କରୁଛନ୍ତି।

ମହାକାଶରେ ଶୁଟ୍‍ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନାଁ ଘୋଷଣା ହୋଇନାହିଁ। ତେବେ ଏହା ମହାକାଶ କାହାଣୀ ଉପରେ ଆଧାରିତ ଏକ ଆକ୍ସନ-ଆଡ଼ଭେଞ୍ଚର ଭିତ୍ତିକ ଫିଲ୍ମ ବୋଲି ସୂଚନା ମିଳିଛି। ଏଥିପାଇଁ କ୍ରୁଜ୍‍ ଓ ଏଲନ୍‍ ମସ୍କଙ୍କ କମ୍ପାନୀ ସ୍ପେସ୍‍ ଏକ୍ସ ନାସା ସହ କଥାବାର୍ତ୍ତା ଚଳାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଟମ୍‌ କ୍ରୁଜ୍‌ ଦର୍ଶକଙ୍କୁ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଫିଲ୍ମ ଭେଟି ଦେଇଛନ୍ତି। ଫିଲ୍ମ ସିରିଜ୍‌ ମିଶନ ଇମପସିବଲରେ ସେ ଏଭଳି ଏକାଧିକ ସିନ୍‌ କରିଥିଲେ ଯାହାକୁ ଦେଖି ଫ୍ୟାନ୍‌ ଚକିତ ହୋଇପଡ଼ିଥିଲେ। ୨୦୧୧ ରେ ରିଲିଜ୍‌ ହୋଇଥିବା ‘ମିଶନ ଇମପସିବଲ-ଘୋଷ୍ଟ ପ୍ରୋଟୋକଲ’ରେ ବୁର୍ଜ ଖଲିଫା ଆକ୍ସନ ସିନ୍‌ ହେଉ ବା ‘ମିଶନ ଇମପସିବଲ- ରୋଗ ନେଶନ’ର ବିମାନ ସିନ୍‌, ସବୁଥିରେ ଟମ୍‌ କ୍ରୁଜ୍‌ଙ୍କ ନିଆରା ଅନ୍ଦାଜକୁ ଫ୍ୟାନ୍‌ ବେଶ୍‌ ପସନ୍ଦ କରିଥାନ୍ତି। ତେବେ ତାଙ୍କର ଏହି ଆଗାମୀ ପ୍ରୋଜେକ୍ଟ ମଧ୍ୟ ଦର୍ଶକଙ୍କୁ କିଛି ନୂଆ ଅନୁଭୂତି ଦେବ ବୋଲି ଆଶା କରାଯାଉଛି।

Comments are closed.