ଟୋକିଓ ଅଲିମ୍ପିକ୍‌ସ-୨୦୨୦, ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଖେଳାଳିଙ୍କ ସହ ୬ ଅଧିକାରୀ

ଟୋକିଓ: ଶୁକ୍ରବାର ଜାପାନର ଜାତୀୟ ଷ୍ଟାଡ଼ିୟମରେ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସ-୨୦୨୦ ଆୟୋଜିତ ହେବ। ଏହି କ୍ରୀଡ଼ା ମହୋତ୍ସବକୁ ଜାପାନ ସମ୍ରାଟ ନାରୁହିତୋ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ଉତ୍ସବରେ ମାତ୍ର ୧୦୦୦ରୁ କମ୍‌ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଉଦ୍‌ଘାଟନୀ ଉତ୍ସବରେ ମାତ୍ର ୬ଜଣ ଭାରତୀୟ ଅଫିସିଆଲକୁ ଯୋଗଦେବା ନେଇ ଅନୁମତି ମିଳିଛି ବୋଲି ଭାରତ ଉପ ଚିଫ୍‌‌ ଡି ମିଶନ ପ୍ରେମ କୁମାର ବର୍ମା କହିଛନ୍ତି। ଉଦ୍‌ଘାଟନୀ ଉତ୍ସବର ପରବର୍ତ୍ତୀ ଦିନ ପ୍ରତିଯୋଗିତା ରହିଥିଲେ ମଧ୍ୟ ଖେଳାଳିମାନଙ୍କ ଯୋଗଦେବା ଉପରେ କଟକଣା ଲାଗୁ କରା ଯାଇନାହିଁ। ଆଗ୍ରହୀ ଖେଳାଳିମାନେ ଚାହିଁଲେ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇପାରିବେ। ଟୋକିଓ ଅଲିମ୍ପିକ୍‌ସରେ ୧୨୭ ଭାରତୀୟ ଖେଳାଳିଙ୍କ ସହ ୨୨୮ ଜଣିଆ ପ୍ରତିନିଧି ଯୋଗ​‌ ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବକୁ ପ୍ରତି ଦେଶର ୬ଜଣ ଲେଖାଏଁ ବ୍ୟକ୍ତି ବିଶେଷଙ୍କୁ ଯୋଗଦେବାକୁ ଅନୁମତି ମିଳିଛି।

Comments are closed.