ରଦ୍ଦ ହୋଇପାରେ ଟୋକିଓ ଅଲିମ୍ପିକ

ସାରା ବିଶ୍ଵରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଛି। ଏହା ଯୋଗୁ ବିଭିନ୍ନ ଦେଶରେ ଆୟୋଜନ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତା ଉପରେ ସଙ୍କଟ ସୃଷ୍ଟି ହୋଇଛି। ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ବାତିଲ କରିଦିଆଯାଇଥିଲା। ଏବେ ଆସନ୍ତା ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପ୍ରତି ମଧ୍ୟ ସଙ୍କଟ ସୃଷ୍ଟି ହୋଇଛି।

କାରଣ ଜାପାନରେ ବି କରୋନାର ୨ୟ ତରଙ୍ଗ ଆତଙ୍କ ଜାରି ରଖିଛି। ଏହି କାରଣରୁ ଜାପାନ ସରକାର ଦେଶରେ ତାଲାବନ୍ଦ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଅଲିମ୍ପିକ ମହାକୁମ୍ଭ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜାପାନ ସରକାର ଓକ୍ୟୋ, ଓସାକା, କ୍ୟୋଟା ଏବଂ ହ୍ବୋଗୋ ସମେତ ଅନେକ ବଡ଼ ସହରରେ ମେ ୧୧ ପର୍ଯ୍ୟନ୍ତ ତାଲାବନ୍ଦ ଲାଗୁ କରିଛନ୍ତି। କିନ୍ତୁ କରୋନା ମହାମାରୀକୁ ରୋକିବା ଲାଗି ପ୍ରଶାସନ ତାଲାବନ୍ଦ ଅବଧିକୁ ଆଗକୁ ବଢ଼ାଇବା ଲାଗି ବିଚାର କରୁଛି। ଯାହା ଫଳରେ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ ଉପରେ ବିପଦ ଉପୁଜିଛି। ସୂଚନାଯୋଗ୍ୟ, ଗତବର୍ଷ କରୋନା ଭୂତାଣୁ ମହାମାରୀ ରୂପ ନେପବା ପରେ ୨୦୨୦ରେ ହେବାକୁ ଥିବା ଅଲିମ୍ପିକ୍‌କୁ ୨୦୨୧ ଜୁଲାଇ ୨୩କୁ ଘୁଞ୍ଚାଇ ଦିଆଯାଇଥିଲା।

Comments are closed.