ଟୋକିଓ ଅଲିମ୍ପିକ୍‍ସ ମାସ୍କଟ୍‍ ଉନ୍ମୋଚିତ

0

ଟୋକିଓ : ଆଉ ଦୁଇ ବର୍ଷ ପରେ ଅର୍ଥାତ ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡା ଆୟୋଜିତ ହେବ। ଏହି ଅବସରରେ ଜାପାନ ଅଲିମ୍ପିକ କମିଟି ପକ୍ଷରୁ ରବିବାର ଏଠାରେ ଆୟୋଜିତ ଏକ ଉତ୍ସବରେ ଦୁଇଟି ମାସ୍କଟକୁ ଉନ୍ମୋଚନ କରାଯାଇଛି। ମୁଖ୍ୟ ଅଲିମ୍ପିକ୍‍ସ ପାଇଁ ମନୋନୀତ ମାସ୍କଟ୍‍ର ନାମ ‘ମୀରାଇତୋୱା’ ରଖାଯାଇଛି। ଭବିଷ୍ୟତ ଓ ଅନ୍ତହୀନକୁ ବୁଝାଉଥିବା ଦୁଇଟି ଜାପାନୀ ଶବ୍ଦକୁ ନେଇ ‘ମୀରାଇତୋୱା’ର ନାମକରଣ କରାଯାଇଛି। ପାରାଲିମ୍ପିକ୍‍ସ ପାଇଁ ଉଦ୍ଦିଷ୍ଟ ଗୋଲାପୀ ରଙ୍ଗର ମାସ୍କଟ୍‍ର ନାମ ‘ସୋମିଟି’ ରଖାଯାଇଛି। ଜାପାନର ଚେରି ବୃକ୍ଷରୁ ଏହି ନାମକୁ ମନୋନୀତ କରାଯାଇଛି। ଇଂରାଜୀରେ ଏହି ଶବ୍ଦର ଅର୍ଥ ‘ଶକ୍ତିଶାଳୀ’। ଅଲିମ୍ପିକ୍‍ସ ମାସ୍କଟ ପାଇଁ ଆୟୋଜନ କମିଟି ନିକଟରେ ସହସ୍ରାଧିକ ଡିଜାଇନ ପହଞ୍ଚିଥିଲା। ଚଳିତବର୍ଷ ଫେବୃଆରୀରେ ସ୍କୁଲ ଛାତ୍ରଛାତ୍ରୀମାନେ ସେଗୁଡିକ ମଧ୍ୟରୁ ତିନିଟି ମାସ୍କଟ୍‍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିଥିଲେ। ମାସ୍କଟ୍‍ରେ ଜାପାନର ପରମ୍ପରା ଓ ନୂତନତ୍ୱକୁ ଅଗ୍ରାଧିକାର ଦିଆଯାଇଛି। ୨୦୨୦ ଜୁଲାଇ ୨୪ରୁ ଟୋକିଓ ଅଲିମ୍ପିକ୍‍ସ ଆରମ୍ଭ ହେବ।

Leave A Reply