ଆଜି ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା  ଶୁକ୍ରବାର ଅନୁଷ୍ଠିତ ହେଉଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି। ଏନେଇ ସଂପୃକ୍ତ କନିଷ୍ଠ ମହାବିଦ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ମେଧା ତାଲିକା ପ୍ରକାଶ ପାଇଥିଲା।
ଚଳିତ ମାସ ୧୩ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଜି ପୂର୍ବାହ୍ନ ୧୦ଟାରୁ ନାମଲେଖା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ଚାଲିବ। ଶନିବାର ସନ୍ଧ୍ୟା ସୁଦ୍ଧା କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ତଥ୍ୟ ଦାଖଲ କରିବେ।

Comments
Loading...