ଆଜି ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ରବିବାର ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପ୍ରକଳ୍ପରେ ପାରାଦୀପ-ହଳଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ଯାହା ଦୁର୍ଗାପୁର-ବଙ୍କା ଖଣ୍ଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଏଥି ସମେତ ଦୁଇଟି ଏଲପିଜି ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଉଦଘାଟନ କରିବେ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ଫେବୃଆରୀ ୨୦୧୯ ରେ ଏହି ଗ୍ୟାସ ପାଇପଲାଇନ ପ୍ରକଳ୍ପର ଭିତ୍ତିପସ୍ତର ସ୍ଥାପନ କରିଥିଲେ ଏବଂ ଆଜି ଏହାକୁ ଦେଶ ଉଦେଶ୍ୟରେ ସମର୍ପିତ କରିବେ।

ରାଷ୍ଟ୍ରାୟତ୍ତ ଭାରତୀୟ ତୈଳ ନିଗମ (ଆଇଓସି) ଦ୍ୱାରା ନିର୍ମିତ ୧୯୩ କିଲୋମିଟର ଦୁର୍ଗାପୁର-ବଙ୍କା ପାଇପଲାଇନକୁ ଦେଶ ଉଦେଶ୍ୟରେ ସମର୍ପଣ କରାଯିବା ସହ ବାଙ୍କାସ୍ଥିତ ଏଲପିଜି ବଟଲିଂ ପ୍ଲାଣ୍ଟ ଓ ଚମ୍ପାରନର ହରସିଦ୍ଧରେ ମଧ୍ୟ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ଉଦଘାଟନ ହେବ। ଭାରତୀୟ ତୈଳ ନିଗମ ଦ୍ବାରା ବାଙ୍କାରେ ନିର୍ମିତ ଏଲପିଜି ବଟଲିଂ ପ୍ଲାଣ୍ଟ ୧୩୧.୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ବାଙ୍କାରେ ନିର୍ମିତ ଏଲପିଜି ବଟଲିଂ ପ୍ଲାଣ୍ଟ ଦ୍ବାରା ଭାଗଲପୁର, ବଙ୍କା, ଜାମୁଇ, ଆରାରିଆ, କିଶାନଗଞ୍ଜ ଏବଂ କାଟିହର ଜିଲାର ଲୋକମାନେ ଉପକୃତ ହେବେ।

ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଦ୍ବାରା ଚମ୍ପାରନର ହରସିଦ୍ଧରେ ୧୩୬.୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟରେ ଦୈନିକ ୪୦ ହଜାର ସିଲିଣ୍ଡର ଉତ୍ପାଦନ କ୍ଷମତା ରହିଥବା ବେଳେ ଏହି ବଟଲିଂ ପ୍ଲାଣ୍ଟ ଫଳରେ ପୂର୍ବ ଚମ୍ପରନ୍, ପଶ୍ଚିମ ଚମ୍ପରନ୍, ମୁଜାଫରପୁର, ସିୱାନ୍, ଗୋପାଳଗଞ୍ଜ ଏବଂ ସୀତାମାର ଜିଲାର ଲୋକଙ୍କୁ ଉପକୃତ କରିବ।

 

Comments are closed.