ପ୍ରକାଶ ପାଇଲା ଏନଇଇଟି ପ୍ରବେଶିକା ପରୀକ୍ଷାଫଳ; ସର୍ବାଧିକ ନମ୍ବର ରଖିଥିବା ୩ ଜଣଙ୍କ ମଧ୍ୟରେ ୨ ପୁଅ ଓ ଜଣେ ଝିଅ

ନୂଆଦିଲ୍ଲୀ: ଦେଶରେ ଏମ୍‌ବିଏସ ପାଠ୍ୟକ୍ରମରେ ନାମଲେଖାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ଏନଇଇଟି), ୨୦୨୧ ପରୀକ୍ଷାଫଳ ସୋମବାର ରାତିରେ ପ୍ରକାଶ ପାଇଛି। ପରୀକ୍ଷାଫଳ ପ୍ରକାଶ ସହିତ ଚୂଡ଼ାନ୍ତ ଉତ୍ତର କି’ ମଧ୍ୟ ପ୍ରକାଶ କରାଯାଇଛି। ଦେଶରେ ରେକର୍ଡ ସଂଖ୍ୟକ ୧୬.୧୪ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ।

ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ ମ୍ରିଣାଳ କୁଟ୍ଟେରୀ, ତନ୍ମୟ ଗୁପ୍ତା ଓ କାର୍ତ୍ତିକ ଜି.ନାୟର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏହି ତିନି ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି। ସୂଚନା ଯୋଗ୍ୟ ଯେ ଏନଇଇଟି-୨୦୨୧ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହୋଇଥିଲା।

Comments are closed.