ଦେଶରେ ୨୪ ଘଣ୍ଟାରେ ୩୭,୯୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୦ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ  ଦେଶରେ  ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୮ ହଜାର ୬୬୭ ଥିବା ବେଳ ୮୬ ଲକ୍ଷ ୦୪ ହଜାର ୯୫୫ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଦୈନିକ ମୃତ୍ୟୁସଂଖ୍ୟା ବି ଖସିଛି, ୨୪ ଘଣ୍ଟାରେ ୪୮୦ ଜଣଙ୍କର ମୃତ୍ୟୁ ସହ ଦେଶରେ କରୋନା ଜନନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୪ ହଜାର ୨୧୮ କୁ ବୃଦ୍ଧି ପାଇଛି।


ସୁସ୍ଥହାର କ୍ରମାଗତ ଭାବରେ ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୪୨ ହଜାର ୩୧୪ କରୋନା ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୮୬ ଲକ୍ଷ ୪ ହଜାର ୯୫୫ ଜଣ । ଆରୋଗ୍ୟ ହାର ରହିଛି ୯୩.୭୬% । ଏବେ ଦେଶରେ ୪ ଲକ୍ଷ ୩୮ ହଜାର ୬୬୭ଟି ଆକ୍ଟିଭ୍ କେସ୍ ରହିଛି ।

 

Comments are closed.