ଆଜି କ୍ୟାବିନେଟ; ୧୮ ପ୍ରସ୍ତାବ ଉପ​‌ରେ ଲାଗିପାରେ ମୋହର

ଭୁବନେଶ୍ବର : ବୁଧବାର ଅପରାହ୍ନ ୫.୩୦ରେ ରାଜ୍ୟ କ୍ୟାବିନେଟର ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟରେ ଆଲୋଚନା ପାଇଁ ରାଜସ୍ବ, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଜଳସମ୍ପଦ, ନଗର ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବ ସମେତ ମୋଟ ୧୮ଟି ପସ୍ତାବ ଥିବା ସୂଚନା ମିଳିଛି। ପୁରୀରେ ଜଳଯୋଗାଣ ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହିବେ, ରାଜଧାନୀରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ଏବଂ ଜିଲାରେ ଥିବା ମନ୍ତ୍ରୀମାନେ ସଂପୃକ୍ତ ଜିଲାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂରେ ଅଂଶ ଗ୍ରହଣ କରିବେ।

Comments are closed.