ୟୁରୋପରୁ ସେନା ହଟାଇ ଏସିଆରେ ନିୟୋଜିତ କରିବ ଆମେରିକା

ୱାଶିଂଟନ : ଚୀନ୍ର ଏକଛତ୍ରବାଦୀ ଶାସନକୁ ନିଷିଦ୍ଧ କରିବାକୁ ଆମେରିକା ପ୍ରସ୍ତୁତି ଚଳାଇଛି। ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମିକୁ ମୁକାବିଲା କରିବା ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ୟୁରୋପରୁ ନିଜର ସେନା ପ୍ରତ୍ୟାହାର କରିବା ଆରମ୍ଭ କରିଛି।
ବାସ୍ତବରେ, ବର୍ତ୍ତମାନ ଚୀନ୍ ପଡୋଶୀ ଦେଶ ଉପରେ କ୍ରମାଗତ ଚାପ ପକାଉଛି। ଗୋଟିଏ ପଟେ ଚୀନ୍ ଭାରତର ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ନିଜର ସୈନ୍ୟ ମୁତୟନ କରିଥିବାବେଳେ ଅନ୍ୟ ପଟେ ଦକ୍ଷିଣ ଚୀନ୍ ସାଗରରେ ତାର ଆକ୍ରମଣାତ୍ମକ ରଣନୀତି ବୃଦ୍ଧି କରିଛି। ଏଭଳି ପରିସ୍ଥିତିରେ ଆମେରିକା ଚୀନ୍ର ଏହି କାର୍ୟ୍ୟକୁ ଏକ ବଡ଼ ବିପଦ ବୋଲି ବର୍ଣ୍ଣନା କରିଛି। ଏହାକୁ ଆଖି ଆଗରେ ରଖି ଆମେରିକା ୟୁରୋପରୁ ନିଜର ସେନା କିଛି ମତ୍ରାରେ ଏସିଆରେ ନିୟୋଜିତ କରିବା ଆରମ୍ଭ କରିଛି।
ଏହି ପ୍ରସଙ୍ଗରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ, ମୁଁ ଚଳିତ ମାସରେ ୟୁଏଇର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି, ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଶାନ୍ତିପୂର୍ଣ୍ଣ ପଡ଼ୋଶୀମାନଙ୍କୁ ଧମକ ଦେଉଥିବାବେଳେ ଏହା ଭାରତ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ମୁଁ ଉତ୍ତେଜନାମୂଳକ ସାମରିକ କାର୍ୟ୍ୟକଳାପର ଦୀର୍ଘ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଚୀନ୍ର କମ୍ୟୁନିଷ୍ଟ ପାର୍ଟି ବିଷୟରେ ଲୋକଙ୍କଠାରୁ ପ୍ରତିକ୍ରିୟା ଗ୍ରହଣ କରୁଛି।
ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଚୀନ୍କୁ ଏକ ବିପଦ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଏହାର ଆକ୍ରମଣାତ୍ମକ ସାମରିକ କାର୍ୟ୍ୟାନୁଷ୍ଠାନକୁ ବଢାଇ ଦେଇଛି। ତେଣୁ ଆମେ ଆମର ସେନାକୁ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ ଚୀନ୍ ସାଗରରେ ସେହି ସ୍ଥାନଗୁଡିକରେ ନିୟୋଜିତ କରିବାକୁ ଯାଉଛୁ, ଯେଉଁଠାରେ ଚୀନ୍ ସୈନ୍ୟମାନଙ୍କର ଅଧିକ ପ୍ରଭାବ ରହିଛି।

Comments are closed.