ଟିଏମସି ସାଂସଦ ଅପରୂପା ନବଜାତ ଝିଅର ନାଁ ଦେଲେ ‘କରୋନା’
ଲକଡାଉନ୍ ସମୟକୁ ମନେ ରଖିବା ପାଇଁ ଏପରି ନାମକରଣ

କଲକାତା : ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ସାଂସଦ ଅପରୂପା ପୋଦ୍ଦାର କରୋନା ସଙ୍କଟ ମଧ୍ୟରେ ନିଜର ନବଜାତ ଝିଅର ନାମ ‘କରୋନା’ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଆ-ଝିଅଙ୍କ ବିଷୟରେ ପଚାରି ବୁଝିଛନ୍ତି। ଅପରୂପାଙ୍କ ସ୍ୱାମୀ ମହମ୍ମଦ ଶାକିର ଅଲି କହିଛନ୍ତି ଯେ, ସେ ନିଜ ଝିଅ ଏବଂ ଅନ୍ୟ ସମସ୍ତଙ୍କୁ ମନେରଖିବାକୁ ଚାହାନ୍ତି ଯେ, କେତେ କଷ୍ଟଦାୟକ ଲକଡାଉନ୍ ସମୟରେ ସମୟ ମଧ୍ୟରେ ତାଙ୍କ ଝିଅ ଜନ୍ମ ହୋଇଥିଲା ।
ଆରାମବାଗର ସାଂସଦ ଅପରୂପା କହିଛନ୍ତି ଯେ ସମଗ୍ର ବିଶ୍ୱ ଏହି ଜୀବାଣୁ ସହ ଲଢୁଛନ୍ତି । ଆମକୁ ଏହାକୁ ଭୟ କରିବାକୁ ପଡିବ ନାହିଁ, କିନ୍ତୁ ଏହାର ମୁକାବିଲା କରିବାକୁ ହେବ । ସେ ଗୁରୁବାର ଦିନ ହୁଗୁଲି ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କ ସ୍ୱାମୀ ରିସଡା ପୌରପାଳିକାର ଟିଏମସି କାଉନସିଲର ଅଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ଏହି ଅବସ୍ଥା ଭଲରେ ପରିବର୍ତ୍ତିତ ହୋଇଯିବ କିନ୍ତୁ ତାଙ୍କ ଝିଅର ନାମ ଲୋକମାନଙ୍କୁ ଏହି କଷ୍ଟଦାୟକ ସମୟକୁ ମନେ ପକାଇବ ଯାହା ସମଗ୍ର ବିଶ୍ୱ ସାମ୍ନା କରୁଛି। ଏହି ଦମ୍ପତିଙ୍କର ଆଉ ୬ବର୍ଷର ଝିଅ ଅଛି।