ନିର୍ବାଚନ କମିଶନଙ୍କୁ ଭେଟିଲେ ତୃଣମୂଳ କଂଗ୍ରେସ ସାଂସଦ

ତୃଣମୂଳ କଂଗ୍ରେସ ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନକୁ ଭେଟିଛନ୍ତି। ପାର୍ଟି ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବା ନେଇ ସେମାନେ ନିର୍ବାଚନ କମିଶନ ସହ ଆଲୋଚନା କରିଛନ୍ତି। ପ୍ରତିନିଧି ଦଳରେ ସୌଗତ ରଏ, ଯଶୋବନ୍ତ ସିହ୍ନା, ମହମ୍ମଦ ନଦିମୁଲ ହକ୍‍, ପ୍ରତିମା ମଣ୍ଡଳ ଓ ମହୁଆ ମୋଇତ୍ରା ଯାଇଥିଲେ। ନିର୍ବାଚନ କମିଶନ୍‍ଙ୍କ ଆଲୋଚନା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ମହୁଆ ମୋଇତ୍ରା କହିଛନ୍ତି, ଭୋଟ୍‍ ଗ୍ରହଣ କେନ୍ଦ୍ରର ୧୦୦ ମିଟର ମଧ୍ୟରେ କେନ୍ଦ୍ରୀୟ ନିରାପତ୍ତା ବାହିନୀ ଯବାନମାନଙ୍କୁ ମୁତୟନ କରିବାପାଇଁ ନିର୍ବାଚନ କମିଶନ୍‍ଙ୍କ ପ୍ରସ୍ତାବ ଉପରେ ସେମାନେ ପ୍ରଶ୍ନବାଚୀ ଉଠାଇଥିଲେ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟ ସେମାନେ ଉତ୍‍ଥାପନ କରିଥିଲେ।

Comments are closed.