ତୃଣମୂଳ ସାଂସଦ ନୁସ୍ରତ ଜହାଁଙ୍କ ବିବାହ

କଲକାତା : ତୃଣମୂଳ କଂଗ୍ରେସର ନବନିର୍ବାଚିତ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସ୍ରତ ଜହାଁ ବୁଧବାର ତୁର୍କିରେ ବିବାହ କରିଛନ୍ତି। ସେ ନିଜର ଦୀର୍ଘ ଦିନର ବନ୍ଧୁ ନିଖିଲ ଜୈନ୍‌ଙ୍କୁ ବିବାହ କରିଛନ୍ତି । ନିଖିଲ ଜଣେ ପୋଷାକ ଓ କପଡ଼ା ବ୍ୟବସାୟୀ । ଉଭୟ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତୁର୍କିର ବୋଡରମ୍‌ ସହରରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଜୁଲାଇ ୪ରେ କଲକାତାରେ ବିବାହ ଭୋଜି ଆୟୋଜନ କରାଯାଇଥିବା ସୂଚନା ମିଳିଛି । ସଂସଦ ଅଧିବେଶନ ଚାଲିଥିଲାବେଳେ ନୁସ୍ରତଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ନୁସ୍ରତ ଅଦ୍ୟାବଧି ଲୋକସଭାର ସଦସ୍ୟଭାବେ ଶପଥଗ୍ରହଣ କରିନାହାନ୍ତି।

Comments are closed.