ତୃଣମୂଳ କଂଗ୍ରେସର ୩ ବିଧାୟକ ବିଜେପିରେ ସାମିଲ ହୋଇ ପାରନ୍ତି.- ସୁତ୍ର

କୋଲକତା . – ପଶ୍ଚିମବଙ୍ଗରେ ଦିଦିଙ୍କର ପ୍ରଭାବ କମୁଥିବା ଦେଖିବାକୁ ମିଳୁଛି । ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଅଧିକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ହେଲେ ବିଜେପିକୁ ଏଠାର ଭଲ ସଫଳତା ମିଳିଛି । ଚଳିତ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୮ଟି ଲୋକସଭା ଆସନରେ ବିଜୟ ଲାଭ କରିଛି । ଏହାପରେ ତୃଣମୂଳ କଂଗ୍ରେସରେ ମଧ୍ୟ କିଛିଟା ଅସନ୍ତୋଷ ଦେଖିବାକୁ ମିଳିଛି । ତୃଣମୂଳ କଂଗ୍ରେସର ୩ ଜଣ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଇଣ୍ଡିଆଟିଭିର ଓ୍ୱେବସାଇଟରେ ଖବର ପ୍ରକାଶିତ ହୋଇଛି ।

ପୂର୍ବରୁ ତୃଣମୂଳ କଂଗ୍ରେସରେ ଥିବା ମୁକୁଳ ରୟ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ। ହେଲେ ତାଙ୍କ ପୁଅ ଶୁଭ୍ରାଶୁଂ ରୟ ତୃଣମୂଳ କଂଗ୍ରେସରେ ଥିଲେ । ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ତୃଣମୂଳ କଂଗ୍ରେସରୁ ଶୁଭ୍ରାଶୁଂଙ୍କୁ ବହିଷ୍କାର କରାଯାଇଛି । ଶୁଭ୍ରାଶୁଂଙ୍କ ସହ ଆହୁରି ଦୁଇଜଣ ବିଧାୟକ ବିଜେପିର ସଦସ୍ୟତା ଗ୍ରହଣ କରିପାରନ୍ତି ।

Comments are closed.