ବିଜେପିରେ ଯୋଗଦେଲେ ଆଉ ଜଣେ ଟିଏମସି ବିଧାୟକ

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଟିଏମସି ଏମଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ଜଣକ ପରେ ଜଣେ ଟିଏମସି ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧାରାରେ ସାମିଲ ହୋଇଛନ୍ତି ଆଉ ଜଣେ ଟିଏମସି ବିଧାୟକ ଜିତେନ୍ଦ୍ର ତିୱାରୀ।

ବିଧାୟକ ଜିତେନ୍ଦ୍ର ତିୱାରୀ ମଙ୍ଗଳବାର ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି। ପଶ୍ଚିମବଙ୍ଗର ବିଜେପି ସଭାପତି ଦିଲୀପ ଘୋଷଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହେବା ସହିତ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଏକାଧିକ ବିଧାୟକ ବିଜେପିରେ ସାମିଲ ହୋଇଥିଲେ।

ଜଣକ ପରେ ଜଣେ ବିଧାୟକ ଦଳ ଛାଡ଼ିବା ଟିଏମସି ପାଇଁ ଚିନ୍ତାର ବିଷୟ ପାଲଟିଥିଲେ ହେଁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଏହାକୁ ଗ୍ରହଣ କରିନାହାନ୍ତି। ବିଧାୟକମାନେ ଦଳ ଛାଡ଼ିଲେ ବି ତାହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କାର୍ଯ୍ୟକର୍ତ୍ତାମାନେ କହୁଛନ୍ତି।

Comments are closed.