ଲୋକସଭା ନିର୍ବାଚନ ଫଳାଫଳ ପ୍ରଭାବ; ବିଜେପିରେ ଯୋଗଦେଲେ ଟିଏମସିର ୨ବିଧାୟକ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଦେଇଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ୨ ଓ ସିପିଏମର ଜଣେ ବିଧାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପି ନେତା ମୁକୁଲ ରାୟଙ୍କ ପୁଅ ତଥା ଟିଏମସିରୁ ନିଲମ୍ବିତ ବିଧାୟକ ସୁଭ୍ରାଶୁଂ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଏହି ମିଶ୍ରଣ ପର୍ବ ହୋଇଥିଲା। ଏହାବ୍ୟତୀତ ଟିଏମସିର ୫୦ରୁ ଅଧିକ କାଉଂସିଲର ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ କହିବା ଅନୁସାରେ ଯେଉଁ ଭଳି ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିଭଳି ଟିଏମସି କାର୍ଯ୍ୟକର୍ତ୍ତା ୭ଟି ପର୍ଯ୍ୟାୟରେ ବିଜେପିରେ ମିଶିବାକୁ ଯାଉଛନ୍ତି। ତେଣୁ ଆଜି ଏହାର ପ୍ରଥମ ଚରଣ ବୋଲି ସେ କହିଛନ୍ତି।
୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ଭଲ ପଦର୍ଶନ କରିଥିବାରୁ ଏହି କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଅନ୍ୟପକ୍ଷରେ ଟିଏମସି ମଧ୍ୟ ସମସ୍ତ ନେତାମାନଙ୍କ ସହ ସମ୍ପର୍କ ରଖିଥିବା କହିଛି।

Comments are closed.