କରୋନାରେ ସଂକ୍ରମିତ ଟିଏମସି ବିଧାୟକଙ୍କ ମୃତ୍ୟୁ

କଲକାତା: ମହାମାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକ ତମୋନାଶ ଘୋଷଙ୍କ ମୃତ୍ୟୁ ଘଟିଛି। କଲକାତାର ଏକ ହସ୍ପିଟାଲରେ ବୁଧବାର ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୦ ବର୍ଷ ହୋଇଥିଲା। ଗତ ୩୫ ବର୍ଷ ଧରି ସେ ଦଳ ସହିତ ଜଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ତମୋନାଶ ଦକ୍ଷିଣ ୨୪ ପ୍ରଗଣା ଜିଲାର ଫଲ୍ଟା ବିଧାନସଭା ଆସନରୁ ସେ ୩ ଥର ନିର୍ବାଚିତ ହୋଇଥିଲେ। କିଛିଦିନ ତଳେ ସେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେ କିଡ୍ନୀ ଏବଂ ହୃଦରୋଗରେ ଆକ୍ରାନ୍ତ ଥିଲେ।