ବଢ଼ୁଛି ମମତାଙ୍କ ଲାଗି ଅଡ଼ୁଆ: ଦଳରୁ ଇସ୍ତଫା ଦେଲେ ଆସାନସୋଲର ଟାଣୁଆ ନେତା , ୧୯ରେ ବିଜେପିରେ ଯୋଗ ଦେବା ସମ୍ଭାବନା

କୋଲକାତା: ଆସନ୍ତା ବର୍ଷ ଏପ୍ରିଲ ମାସରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପରେ ଆସାନସୋଲ ମ୍ୟୁନିସିପାଲ କର୍ପୋରେସନ ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହ ସେ ଦଳରୁ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଆସନ୍ତା ୧୯ ତାରିଖରେ ସେ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ।
ସୂଚନା ଅନୁସାରେ ଜିତେନ୍ଦ୍ର ତିୱାରୀ ଓ ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ମେଦିନପୁରରେ ଏକ ସମାବେଶରେ ଯୋଗ ଦେବେ । ଦିନକ ତଳେ ଜିତେନ୍ଦ୍ର କେନ୍ଦ୍ର ଅନୁଦାନକୁ ନେଇ ରାଜ୍ୟ ସରକାର ରାଜନୀତି କରୁଥିବା ଅଭିଯୋଗ କରିାବ ସହ ରା୍ୟ ସରକାର ଆସାନସୋଲ ମ୍ୟୁନିସିପାଲ କର୍ପୋରେସନକୁ ରାଜନୀତି କାରଣରୁ କେନ୍ଦ୍ରରୁ ପାଣ୍ଠି ବ୍ୟବହାର କରିବାକୁ ଅନୁମତି ଦେଉନାହାଁନ୍ତି।
ଦୁଇଦିନ ତଳେ ଶ୍ରୀ ତିୱାରୀ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ । ସେ ଲେଖିଥିବା ଚିଠିରେ ରାଜନୈତିକ କାରଣ ଯୋଗୁଁ ରାଜ୍ୟ ସରକାର ଆସାନସୋଲ ମ୍ୟୁନିସପାଲ କର୍ପୋରେସନକୁ ୨୦୦୦ କୋଟି ଟଙ୍କା ପାଣ୍ଠି ବ୍ୟବହାର ଅନୁମତି ଦେଉ ନ ଥିବା ଉଲ୍ଲେଖ କରିଥିଲେ । ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ଏହି ଅର୍ଥ ଅନୁଦାନ ମିଳିଥିଲା । ସେ ପୂର୍ବରୁ ଏ ବାବଦରେ ୫ଥର ଚିଠି ଲେଖିଥିଲେ ହେଁ ତାହାକୁ ଗୁରୁତ୍ବ ଦିଆଯାଇ ନ ଥିବାରୁ ସେ ଦଳ ଓ ପଦ ଛାଡ଼ୁଛନ୍ତି ବୋଲି ଆଜି କହିଛନ୍ତି ।