ମମତାଙ୍କୁ ପୁଣି ଝଟ୍‌କା, ଟିଏମସି ଟିକଟ ମିଳିବା ପରେ ଦଳ ଛାଡ଼ିଲେ ପ୍ରାର୍ଥୀ

କଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା ଲାଗିଛି। ହବୀବପୁର ନିର୍ବାଚନମଣ୍ଡଳୀରୁ ଟିଏମସି ଟିକଟ ପାଇଥିବା ସରଲା ମୁର୍ମୁ ସୋମବାର ଦଳ ଛାଡ଼ିଛନ୍ତି। ସେ ବିଜେପିରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି।

ସରଲା ମୁର୍ମୁ ଦଳ ଛାଡ଼ିବା ପରେ ଟିଏମସି ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ହବୀବପୁର ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି। ସରଲାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ଦଳ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନେକ ବିଧାୟକ ଏବଂ ବଡ଼ ବଡ଼ ନେତା ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ତେ​‌ବେ ଟିଏମସିର କୌଣସି ପ୍ରାର୍ଥୀ ଦଳ ଛାଡ଼ିବା ପ୍ରଥମ ଘଟଣା। ଅନ୍ୟପଟେ ନିର୍ବାଚନ ପୂର୍ବରୁ ଏକାଧିକ ନେତା ଦଳ ଛାଡ଼ୁଥିବାରୁ ଟିଏମସି ପାଇଁ ଆଗାମୀ ଦିନରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ରାଜାନୖତିକ ମହଲରେ ମତପ୍ରକାଶ ପାଉଛି।

Comments are closed.