ଟିଟୋ ପେ-ରୋଲରେ ୧୭ ଜଣ ପୁଲିସ ଅଧିକାରୀଙ୍କ ନାମ!

0

ଭୁବନେଶ୍ୱର: ଅପରାଧୀ ଟିଟୋ ଓରଫ ସୟଦ ଉସମାନ ଅଲିର ପେ-ରୋଲରେ ୧୭ ଜଣ ପୁଲିସ ଅଧିକାରୀଙ୍କ ନାମ ଥିବା କଥା ସୂଚନା ମିଳିଛି । ଦୁର୍ନୀତି ନିରୋଧ ବିଭାଗ ଏହାର ଯାଞ୍ଚ ଆରମ୍ଭ କରିଛି । ଏଥିରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମ ଥିବା କଥା କୁହାଯାଉଛି । ଟିଟୋ ଏବେ କେନ୍ଦ୍ରାପଡାର ବାରିମୂଳା ଜେଲ୍‌ରେ ରହିଛି । ଟିଟୋର ଅନେକ ବିଭାଗରେ ପ୍ରବାବ ରହିଥିଲା । ତାର ସମସ୍ତ କଳା କାରାନାମା ପୁଲିସ ଓ ନେତାଙ୍କ ଜାଣତରେ ଚାଲୁଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ନାମ ପ୍ରକାଶ ନ କରିବାକୁ ସର୍ତ୍ତ ରଖି ଏହି ସୂଚନା ଦେଇଛନ୍ତି । ଟିଟୋର ମୁମ୍ବାଇ ସହ ସମ୍ପର୍କର ଏବେ ଯାଞ୍ଚ ଚାଲିଛି ।

ଭିଜାଲାନ୍ସର ରିପୋରଟ ପରେ ପୁଲିସ ବିଭାଗରେ ଏବେ ଅନ୍ୟ ପ୍ରକାର ବାତାବରଣ ସୃଷ୍ଟି ହୋଇଛି । ଏହାର ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇ ପାରେ । ଏବ ଟିଟୋ ପ୍ରସଙ୍ଗ ରାଜନୀତରେ ବି ଚର୍ଚ୍ଚାର ବିଷୟ ହୋଇଛି ।

ବିଜୁ ଜନତା ଦଳ ପକ୍ଷରୁ ତାହାର କେନ୍ଦ୍ର ମନ୍ତ୍ରୀଙ୍କ ସହ ଲିଙ୍କ ଥିବା କଥା ଅଭିଯୋଗ ହୋଇଛି । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଟିଟୋ କିପରି ପେଟ୍ରୋଲ ପମ୍ପ ପାଇଲା ସେ ବିଷୟରେ ରାଜ୍ୟ ସଭା ସାଂସଦ ତଥା ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି ।

ଏସ୍‌ଟିଏଫ୍‌ ଏକ ଏନ୍‌କାଉଣ୍ଟର ପରେ  ଟିଟୋକୁ ଗିରଫ କରିଥିଲା । ଯାଜପୁର ଚଣ୍ଡୀଖୋଲରେ ହୋଇଥିବା ଏନ୍‌କାଉଣ୍ଟରରେ ତାହାର ପାଦରେ ଗୁଳି ବାଜିଥିଲା । ତାହାର ପତ୍ନୀ ଏହାପରେ ପୁଲିସ ଉପରକୁ ଅଙ୍ଗୁଳି ନିର୍ଦେଶ କରିଥିଲେ । ଟିଟୋନାମାରେ ୩୮ ମାମଲା ଚାଲୁଅଛି ।

Comments
Loading...