ତିତ୍‍ଲି ଓ ପରବର୍ତୀ ସ୍ଥିତି : ତୈଳକମ୍ପାନୀଙ୍କ ପକ୍ଷରୁ ଗଜପତି ଜିଲାକୁ ଗଲା ୩ ଗାଡି ରିଲିଫ ସାମଗ୍ରୀ

0
ସାମୁଦ୍ରିକ ବାତ୍ୟା ତିତ୍‍ଲି ଓ ପରବର୍ତୀ ଲଗାଣ ବର୍ଷା ମୁକାବିଲା ପାଇଁ ତୈଳକମ୍ପାନୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟରେ ସାମୁଦ୍ରିକ ବାତ୍ୟା ତିତ୍‍ଲି ଓ ପରବର୍ତୀ ଲଗାଣ ବର୍ଷା କାରଣରୁ ଜନଜୀବନ ଓ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ପରିପ୍ରେକ୍ଷୀରେ ୩ ତୈଳ ବିପଣନ କମ୍ପାନୀ ମାନଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରନ୍ଧନ ଗ୍ୟାସ ଓ ପେଟ୍ରୋଲ ଏବଂ ଡିଜେଲ ସଠିକ ଭାବେ ଉପଲବ୍ଧ କରାଇବା ସହ ପ୍ରାକୃତିକ ଦୃର୍ବିପାକର ସାମ୍ନା କରୁଥିବା ଲୋକମାନଙ୍କୁ ରିଲିଫ ସାମଗ୍ରୀ ସହ ସହାୟତାର ହାତ ବଢାଇବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ଏଚପିସିଏଲର ଏଲପିଜି ମୁଖ୍ୟ ଧର୍ମେନ୍ଦ୍ର ବେହୁରିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।
ଶ୍ରୀ ବେହୁରିଆ କହିଛନ୍ତି ଏଚପିସିଏଲ ସମେତ ଇଣ୍ଡିଆନ ଅଏଲ ଓ ଭାରତ ପେଟ୍ରୋଲିୟମର ଅଧିକାରୀ ମାନେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି କାରଣରୁ ସଡକ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା କାରଣରୁ ଏଲପିଜି, ପେଟ୍ରୋଲ, ଡିଜେଲ ଓ କିରୋସିନି ଆବଶ୍ୟକ ସ୍ଥାନରେ ମହଜୂତ କରିବା ସହ ଉପଭୋକ୍ତା ମାନଙ୍କୁ ଆବଶ୍ୟକତା ଅନୁସାରେ ଯୋଗାଇ ଦେବାପାଇଁ ପ୍ରସ୍ତୁତି କରାଯାଇଥିବା ଶ୍ରୀ ବେହୁରିଆ କହିଛନ୍ତି।


ଶ୍ରୀ ବେହୁରିଆ କହିଛନ୍ତି ଲୋକମାନେ ପ୍ରାକୃତିକ ଦୃବିପାକ କାରଣରୁ କଷ୍ଟରେ ଥିବା କାରଣରୁ କଷ୍ଟରେ ଥିବା ବେଳେ ଏଲପିଜି ଉପଲବ୍ଧ ରହିଲେ ସେମାନେ ରୋଷାଇ କରି ଖାଇପାରିବେ , ତେଣୁ ଏଲପିଜିକୁ ଲୋକମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ତୈଳ ବିପଣନ କମ୍ପାନୀ ମାନଙ୍କ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ବେହୁରିଆ କହିଛନ୍ତି।
ଶ୍ରୀ ବେହୁରିଆ କହିଛନ୍ତି ଏହି ପ୍ରାକୃତିକ ଦୃବିପାକରେ ବିଶେଷ କ୍ଷତିଗ୍ରସ୍ତ ଗଜପତି ଜିଲା ପାଇଁ ୩ଟି ରିଲିଫ ଗାଡି ତୈଳ କମ୍ପାନୀ ମାନଙ୍କ ପକ୍ଷରୁ ପଠାଯାଇଛି। ପଲିଥିନ୍‍, ଚୁଡା, ଚିନି, ଗ୍ଲୁକୋଜ, ମହମବତି, ଦିଆସିଲି ଆଦି ରିଲିଫ ସାମଗ୍ରୀ ପଠାଯାଇଥିବା ଶ୍ରୀ ବେହୁରିଆ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ତୈଳ କମ୍ପାନୀ ମାନଙ୍କ ତରଫରୁ ପ୍ରଭାବିତ ଲୋକମାନଙ୍କୁ ଅଧିକ ସାହାଯ୍ୟ ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହୁରିଆ କହିଛନ୍ତି।

Leave A Reply