ତିତଲି ପ୍ରଭାବ : ଗଞ୍ଜାମ ଜିଲାରେ ଯାତାୟତ ବାଧାପ୍ରାପ୍ତ

0

ବ୍ରହ୍ମପୁର: ତିତଲି ଗୁୁରୁବାର ସକାଳେ ଗଞ୍ଜାମ ଜିଲା ଉପକୂଳ ଦେଇ ଗତି କରିଛି। ଏହାର ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ହେବା ସହ ବର୍ଷା ମଧ୍ୟ ଲାଗି ରହିଥିଲା। ପାତ୍ରପୁରରେ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୯୦ କି.ମି. ରହିଥିଲା। ବ୍ରହ୍ମପୁରରେ ମଧ୍ୟ ପ୍ରବଳ ବେଗରେ ପବନ ହୋଇଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ରାସ୍ତାରେ ଗଛ ଓ ଡ଼ାଳ ଆଦି ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ କର୍ମଚାରୀ, ପୁଲିସ ଓ ଅନ୍ୟ କର୍ମଚାରୀମାନେ ରାସ୍ତାରୁ ଗଛ କାଟି ସଫା କରିବାରେ ନିୟୋଜିତ ଅଛନ୍ତି। ଜିଲାପାଳଙ୍କ କହିବା ଅନୁସାରେ, ତିତଲି ପ୍ରଭାରରେ ଗଞ୍ଜାମରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ବର୍ଷା ପାଇଁ ୨୪ ଘଣ୍ଟା ସତର୍କ ରହିବାକୁ ସୂଚନା ଦିଆଯାଇଛି।

Leave A Reply