ବର୍ତ୍ତିଗଲେ ଜେଇ : ଭାସିଗଲା କାର

0

ବଡ଼ସାହି : ସାମୁଦ୍ରିକ ବାତ୍ୟା ତିତ୍‍ଲି ପାଇଁ ପ୍ରବଳ ବର୍ଷା ଫଳରେ ଶୁକ୍ରବାର ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧୀନ ବଡ଼କେରକୋ-ପ୍ରତାପପୁର ରାସ୍ତାର ଜଡ଼ିପାଳ ଗ୍ରାମର ପୋଲ ପାରି ହେଉଥିବା ବେଳେ ଏକ କାର ଭାସି ଯାଇଛି । ତେବେ କାର ଚାଳକ ତଥା ଖୁଣ୍ଟା ବ୍ଲକର କନିଷ୍ଠ ଯନ୍ତ୍ରୀ ବି.ଟୁଡୁଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ବଡ଼ସାହି ଦମକଳ ବାହିନୀ କାରଟିକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବାରିପଦା-ଉଦଳା ରାସ୍ତ ଯୋଗାଯୋଗ ବିଚ୍ଛିନ୍ନ ପାଇଁ ଯନ୍ତ୍ରୀ ଜଣଙ୍କ ପ୍ରତାପପୁର ରାସ୍ତା ଦେଇ ବୁଲି ବାରିପଦା ଯାଉଥିଲେ। ତେବେ ଜଡ଼ିପାଳ-ବେଲାମ ପୋଲରେ ବର୍ଷାଜଳ ପ୍ରବାହିତ ହେଉଥିଲା। ପୁରୁଣା ପୋଲକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲେ ହେଁ ବର୍ଷାଜଳ ପୋଲ ଉପରେ ପ୍ରଖର ଗତି ଥିବାରୁ କାରଟିକୁ ଭସାଇନେଇଥିଲା। ବଡ଼ସାହି ବିଡ଼ିଓ ଓ ଥାନାଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭାରି ବର୍ଷା ପାଇଁ ବର୍ତ୍ତମାନ ବଡ଼ସାହି ବ୍ଲକର ବିଭିନ୍ନ ରାସ୍ତାରେ ଉଦବୃତ ବର୍ଷାଜଳ ପ୍ରଭାହିତ ହେଉଥିବାରୁ ଜନସାଧାରଣ ଦୁଃସାହସ ନକରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Leave A Reply