ତିତଲି ବାତ୍ୟାରେ ମୃତ୍ୟୁ ବରଣ କରିଥିବା ଝିଅର ଶବକୁ ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହିଲା  ବାପା

0

ରାୟଗଡ  (ଗଜପତି ). –  ଗଜପତି ଜିଲା ରାୟଗଡ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । ତିତଲ୍‌ ବାତ୍ୟାରେ ମୃତ୍ୟୁ ବରଣ କରିଥିବା ଏକ ନାବାଳିକାର ମୃତ ଦେହ ମିଳିବା ପରେ ବ୍ୟବଛେଦ ପାଇଁ ବାପା ଝିଅର ଶବକୁ ପ୍ରାୟ ୮ କିଲୋମିଟର କାନ୍ଧରେ ଧରି ବୋହି ଥିବା ଘଟଣା ସାମ୍ନାକୁ ଆସିଛି ।

ତିତିଲ ବାତ୍ୟାରେ ମୁକୁନ୍ଦ ଦୋରାଙ୍କ ୮ ବର୍ଷର ଝିଅ ନିଖୋଜ ହୋଇଯାଇଥିଲା । ବୁଧବାରରେ ଏକ ନାଳରୁ ତାହାର ମୃତ ଦେହ ମିଳିଥିଲା । ଏହାପରେ ଶବକୁ ଡାକ୍ତରଖାନା ନେବା ପାଇଁ କୌଣସି ସାଧନ ଉପଲବ୍ଧ ନ ହେବାରୁ ମୁକୁନ୍ଦ କାନ୍ଧରେ ୮ କିଲୋମିଟର ଝିଅର ଶବକୁ  ବୋହି ନେଇଥିଲେ ।

ବିଭିନ୍ନ ବିରୋଧି ଦଳ ଏହି ଘଟଣାକୁ ନିନ୍ଦା କରିଛନ୍ତି ।  ଗଜପତି ଜିଲ୍ଲା ପ୍ରଶାସନ ମୁକୁନ୍ଦଙ୍କ ପାଇଁ  ୧୦ ଲକ୍ଷ ଟଙ୍କା  ସହାୟତା ରାଶି ଘୋଷଣା କରିଛି ।

Leave A Reply