ତିତଲି ନେଇଛି ୨୬ ଜୀବନ: ଏସଆରସି

0

ଭୁବନେଶ୍ବର: ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଜନିତ  ମୃତ୍ୟୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ସରକାର ଆଜି ସ୍ପଷ୍ଟୀକରଣ ରଖିଛନ୍ତି । ତିତଲୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି।  କେବଳ ଗଜପତି ଜିଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଗଞ୍ଜାମରେ ୩ ଜଣ, କେନ୍ଦୁଝର, କନ୍ଧମାଳ, କଟକ, ଅନୁଗୁଳ ଓ ନୟାଗଡରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏସଆରସିଙ୍କ ସୂଚନା ମୁତାବକ ୧୬ଟି ଜିଲାର ୧୪୪ଟି ବ୍ଲକରେ ୫୭ ଲକ୍ଷ ଲୋକ ତିତଲିର ପ୍ରକୋପରେ ପ୍ରଭାବିତ  ହୋଇଛନ୍ତି।

ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳର ରାସ୍ତାଘାଟ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି । ୧.୪୮ ଲକ୍ଷ ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି । ତିତଲି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ବୁଧବାର ସୁଦ୍ଧା ପହଞ୍ଚିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ତିତଲିର ପ୍ରଭାବ ପଡିଥିଲା । ଏଥିରେ ୩ଟି ଜିଲା ଗଜପତି, ଗଞ୍ଜାମ ଓ ରାୟଗଡା ବେଶୀ ପ୍ରଭାବିତ ହୋଇଥିଲା ।

 

Leave A Reply