‘ତିତିଲି’ ଅନୁଷ୍ଠାନ ପକ୍ଷରୁ ସମର କ୍ୟାମ୍ପ ଉଦଯାପିତ

ଭୁବନେଶ୍ୱର :  ସୃଜନଶୀଳ ଅନୁଷ୍ଠାନ ‘ତିତିଲି’ ପକ୍ଷରୁ ଗତ ମେ ୧ ତାରିଖରୁ  ସ୍କୁଲ ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଯାଇଛି । ଏହି କ୍ୟାମ୍ପ ମହାବାତ୍ୟା ଫନି ପାଇଁ ମଝିରେ କିଛି ସମୟ ପାଇଁ ବନ୍ଦଥିଲା ।  ଏହି ଶିବିରରେ  ୭ରୁ ୧୪ ବର୍ଷ ବୟସ ବର୍ଗର ୫୦ରୁ ଅଧିକ ପିଲା ଭାଗ ନେଇଥିଲେ । ଏହାକୁ ତିତିଲିର ପ୍ରତିଷ୍ଠାତା ଅର୍ପିତା ନନ୍ଦ ପରିଚାଳନା କରିଥିଲେ ।

ଖରାଛୁଟି ସମୟରେ ସ୍କୁଲ ପିଲାମାନଙ୍କର ଛୁଟି ଥିବାବେଳେ ସେମାନେ ଏହି ଅବସରରେ କିପରି ନିଜ ପାଠକ୍ରମ ବାହାରେ ଥିବା ବିଭିନ୍ନ କାର୍ଯ୍ୟକଳାପ ସଂପର୍କରେଜାଣିପାରିବେ, ସେହି ଲକ୍ଷ୍ୟ ନେଇ ଏହି ଶିବିର ଆରମ୍ଭ କରାଯାଇଥିଲା ।  ପିଲାମାନେ କିପରି ନିଜ ପାଖରେ ଥିବା ବିଭିନ୍ନ କଳାକୁ ଚିହ୍ନି ପାରିବେ ସେଥିପାଇଁ ଏହିଶିବିର ଏକ ଉତ୍ତମ ସୁଯୋଗ ଥିଲା ।  ସେହିପରି ଭବିଷ୍ୟତରେ ଜୀବନର ବିଭିନ୍ନ ଆହ୍ଵାନର ମୁକାବିଲା ପାଇଁ  ପିଲାମାନଙ୍କ ବ୍ୟକ୍ତିତ୍ୱର କିପରି  ବିକାଶହୋଇପାରିବ ସେଥିପାଇଁ ଏହି ଅବସରରେ ଶିକ୍ଷା ଦିଆଯାଇଥିଲା । ଏହି ଅବସରରେ ନୃତ୍ୟ, ଚିତ୍ର କଳା ଓ ଭାସ୍କର୍ଯ୍ୟ, ସାଣ୍ଡ ଆନିମେସନ, ଯୋଗ ଓ ଧ୍ୟାନ ଓରେନ ଡ୍ୟାନ୍ସ  ଆଦି ପିଲାମାନଙ୍କୁ ଶିକ୍ଷା ଦିଆଯାଇଥିଲା ।

Comments are closed.