ତିତଲି କ୍ଷୟକ୍ଷତି ପାଇଁ ୨୭୭୦ କୋଟି ଟଙ୍କା ଅନୁମୋଦନ

0

ଭୁବନେଶ୍ୱର : ତିତଲି ପ୍ରଭାବରେ ବିଭିନ୍ନ ବିଭାଗରେ ହୋଇଥିବା କ୍ଷୟକ୍ଷତିର ମୁକାବିଲା ପାଇଁ ରାଜ୍ୟ ସରକାର ୨୭୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏନେଇ ସେମାବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିପର୍ୟ୍ୟୟ ମୁକାବିଲା କାର୍ୟ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଛି । ତିତଲିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାରେ ରିଲିଫ ବାବଦକୁ ୩୭୫ କୋଟି ଟଙ୍କା ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧ ହି ୩ଟି ଜିଲାକୁ ୧୦୨ କେଟି ଟଙ୍କା ଦିଆଯାଇଛି । ପଞ୍ଚାୟତି ରାଜ ବିଭାଗକୁ ୬୨୪ କୋଟି, ଯୋଗାଣ ବିଭାଗକୁ ୨୦ କୋଟି, ଜଳସମ୍ପଦ ବିଭାଗକୁ ୭ କୋଟି, ପୂର୍ତ ବିଭାଗକୁ ୫୫ କୋଟି ଟଙ୍କା, ଗୃହ ନିର୍ମାଣ ପାଇଁ ୨୧୪ କୋଟି, ଶକ୍ତି ବିଭାଗକୁ ୨୭ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୫୫ କୋଟି, ଓ ଉଠା ଜଳ ସେଚନ ପ୍ରକଳ୍ପ ମରାମତି ପାଇଁ ୭.୭୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ମତ୍ସ୍ୟଜୀବୀଙ୍କ କ୍ଷୟକ୍ଷତି ଭରଣା ପାଇଁ ୯୩ ଲକ୍ଷ ଟଙ୍କା ଓ ବାଲିଚର ମାଡ଼ି ଯାଇଥିବା ଜମି ବାବଦକୁ ୬୩ ଲକ୍ଷ ଟଙ୍କା ଦିଆଯାଇଛି । ଏହା ସହ ଭୂସ୍ଖଳନକୁ ରୋକିବା ଉପରେ ପ୍ରାଥମିକତା ଦିଆଯିବ ଏବଂ ପୁନରୁଦ୍ଧାର କାମ ପାଇଁ ସମସ୍ତ ବିଭାଗକୁ ଟଙ୍କା ପଠାଯାଇଛି ବୋଲି ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

Leave A Reply