୧୭ ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ହେବା କୁମୁଡା ମହୋତ୍ସବ

ଓରମାସ ପଲ୍ଳୀଶ୍ରୀ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ

ଟିଟିଲାଗଡ଼ : ଟିଟିଲାଗଡ ଅଞ୍ଚଳରେ କଳା ଓ ସଂସ୍କୃତିର ଏକ ଅପୂର୍ବ ସମାରୋହ କୁମୁଡା ମହୋତ୍ସବ ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି। ଏନେଇ ମହୋତ୍ସବ କମିଟିର ଅଧ୍ୟକ୍ଷା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଲନୀରେ ସୁଚନା ଦେଇଛନ୍ତି। ଦିବଂଗତ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଭିମନ୍ୟୁ ସାହୁ ସହରବାସୀଙ୍କ ସହଯୋଗରେ ୨୦୧୧ରେ କୁମୁଡା ମହୋତ୍ସବ ଆରମ୍ଭ କରିଥିଲେ। ବିଶେଷ କରି ଗୋଟିଏ ମଞ୍ଚରେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକକଳାର ସମ୍ଭାର ମହୋତ୍ସବଟିକୁ ବିଶେଷ ଜନାଦୃତ କରିପାରିଛି। ଚଳିତ ବର୍ଷ ବିଭିନ୍ନ ଅଞ୍ଚଳର ଲୋକକଳା ସାଙ୍ଗକୁ ଓରମାସ ପଲ୍ଲିଶ୍ରୀ ମେଳା ସମେତ ୬୦ଟି ଷ୍ଟଲ ବିଶେଷ ଆକର୍ଷଣୀୟ ରହିଛି। ମହୋତ୍ସବରେ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ତଥା ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ ସହ ସୁନାମ ଅର୍ଜନ କରିଥିବା ଅଞ୍ଚଳର ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନୀତ କରାଯିବା ନିଷ୍ପତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବରିଷ୍ଠ ବିଜେଡି ନେତା ତଥା କମିଟି ସମ୍ପାଦକ ପ୍ରେମ ଜୈନ, ଦିଲୀପ ବାଗ, ରୁଟୁ ବାଗ, ସଞ୍ଜୟ ବର୍ମା, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବ କମିଟିରେ ବରିଷ୍ଠ ସମାଜସେବୀ ଦୀପକ ସାହୁ ପେଟ୍ରନ, ରାଜ୍ୟ ବିଜେଡି ପରିଷଦ ସଦସ୍ୟ ତଥା ଲୋକ ମହୋତ୍ସବ କମିଟି ଉପସଭାପତି ପ୍ରମୋଦ ପ୍ରଧାନ, ଯୁଗ୍ମ ସମ୍ପାଦକ ଆଇନଜୀବୀ କିଶୋର ସାହୁ, କୋଷାଧ୍ୟକ୍ଷ ଶୁଭେନ୍ଦୁ ପୁରୋହିତ ପ୍ରମୁଖ ଦାୟିତ୍ୱରେ ରହିଛନ୍ତି।

Comments are closed.