ବେଆଇନ ବାଲି ଚାଲାଣ: ୩ ହାଇୱା, ୪ ଟ୍ରାକ୍ଟର ଜବତ କଲେ ଟିଟିଲାଗଡ଼ ତହସିଲଦାର

ଟିଟିଲାଗଡ଼ : ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ସିହିନି ଗ୍ରାମପଞ୍ଚାୟତ ଉଦେପୁର୍ ଉନ୍ଦେର ନଦୀରୁ ବହୁ ଦିନ ହେଲା ବାଲି ମାଫିଆ ଚୋରାରେ ବାଲି ଚାଲାଣ ଜାରୀ ରଖିଥିଲେ। ବର୍ଷା ପୂର୍ବରୁ ବ୍ୟାପକ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ଗଚ୍ଛିତ କରି ରଖାଯାଇଥିବା, ବଡ଼ ହଇୱା ଟ୍ରକ୍ ଯାତାୟାତ ଯୋଗୁଁ ଗ୍ରାମ ରାସ୍ତା ଭୁଶୁଡି ପଡୁଥିବା ସ୍ଥାନୀୟ ସରପଞ୍ଚ ବୀରବର ସାହୁ ଟଠା ଗ୍ରାମବାସୀ ବହୁ ଦିନରୁ ଅଭିଯୋଗ କରି ଆସୁଥିଲେ। ଏନେଇ ଆଜି ଟିଟିଲାଗଡ଼ ତହସିଲଦାର ଆନନ୍ଦ ପଣ୍ଡା ଓ ପୁଲିସ୍ ୩ ଟ୍ରକ୍ ଏବଂ ୪ ଟି ଟ୍ରାକ୍ଟର ଜବତ କରିଛନ୍ତି।