ଭାରତ ବନ୍ଦ ଡ଼ାକରାକୁ ଟିଟିଲାଗଡ଼ରେ କଂଗ୍ରେସର ସମର୍ଥନ

ଟିଟିଲାଗଡ଼ : ବିଭିନ୍ନ ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ନାଗରିକ ସଂଶୋଧନ ଆଇନ, ଦରଦାମ ବୃଦ୍ଧି, ସ୍ୱାମୀନାଥନ ରିପୋର୍ଟ ଲାଗୁ କରିବା ଆଦି ଦାବି ନେଇ ଦେଶବ୍ୟାପୀ ବନ୍ଦ ଡାକରା ପରିପ୍ରେକ୍ଷୀରେ ଟିଟିଲାଗଡ ସହରରେ ଶାନ୍ତିପୁର୍ଣ୍ଣ ଭାବରେ ବନ୍ଦ ପାଳନ ହୋଇଛି। ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଏନେଇ ଦଳୀୟ କର୍ମି ସ୍ଥାନୀୟ କୋର୍ଟ, ଉପଜିଲାପାଳ କାର୍ଯ୍ୟାଳୟ, ତହସିଲ, ଟ୍ରେଜେରୀ, ରେଜିଷ୍ଟ୍ରୀ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ବନ୍ଦ କରିଦେଇଥିଲେ। ସହରର ସମସ୍ତ ବ୍ୟାଙ୍କ ପ୍ରତିଷ୍ଠାନ ତଥା ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ଦେଖାଯାଇଥିଲା। ଯାନବାହାନ ତଥା ରେଳ ଚଳାଚଳ ସ୍ୱାଭାବିକ ଥିବା ବେଳେ ଦୋକାନ ବଜାର ଖୋଲା ରହିଥିଲା। ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଡମ୍ବରୁ ଛତ୍ରିଆ, ବ୍ଲକ ସଭାପତି ତୁଲସି ସାହୁ, କୃଷକ ସଂଘର୍ଷ ଅଭିଯାନ ଆବାହକ ବାଲକୃଷ୍ଣ ଷାଣ୍ଢ, ବଲାଙ୍ଗିର ଜିଲା ଏଆଇଏନଟିୟୁସି ସଭାପତି କୃଷ୍ଣଚନ୍ଦ୍ର ସାହୁ ବନ୍ଦ ସମର୍ଥନରେ ଓହ୍ଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇଏନଟିୟୁସି ଟିଟିଲାଗଡ ଶାଖା ସଭାପତି ଅଭିରାମ ବାଗ, ହେମନ୍ତ କୁମ୍ଭାର, ମହତାବ ଦୀପ, ଉତମ ଭୋଇ, ସୁବାଶ ଛତର, ପ୍ରଦୀପ ସାହୁ, ହେମସାଗର ବେହେରା, ଗୋଲକ ସାହୁ, ବୁଲୁ ସାହୁ, କୈଲାସ ବାଗ, ସୁରଜ ବାଗ, ବିଦ୍ୟା ଭରାସାଗର, ଟୁଲୁ ସାହୁ, ମନମୋହନ କୁମ୍ଭାର, ଦୁର୍ବାଦଲ ସାହୁ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ।

Comments are closed.