ପାନୀୟ ଜଳ ଯୋଗାଣ ଦାବିରେ ୧୨ ଘଣ୍ଟିଆ ଟିଟିଲାଗଡରେ ବନ୍ଦ

ଟିଟିଲାଗଡ଼ : ଦେଶର ଉତ୍ତପ୍ତ ସହର ଭାବରେ ପରିଗଣିତ ଟିଟିଲାଗଡ଼ ପୋୖରାଞ୍ଚଳରେ ଚଳିତ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସଙ୍କଟ ଉତ୍କଟ ହୋଇଛି। ସହରବାସୀ ୭/୮ ଦିନରେ ଥରେ ପାଣି ପାଉଛନ୍ତି। ସହରରେ ପାନୀୟ ଜଳ ସାଙ୍ଗକୁ ସ୍ନାନ ଶୌଚ ପାଇଁ ମଧ୍ୟ ସମସ୍ୟା ଦେଖାଦେଇଛି। ଏନେଇ ବିଜେପି ଯୁବ ମୋର୍ଚ୍ଚାର ଆହ୍ୱାନ କ୍ରମେ ସୋମବାର ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ ହୋଇଛି। ଯୁବ ମୋର୍ଚ୍ଚା କର୍ମୀ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି।

ସହରରେ ଦୋକାନ ବଜାର ସ୍ୱତ୍ୱ ବନ୍ଦ ରହିଛି। ଯୁବ ମୋର୍ଚ୍ଚା ନେତା ନରସିଂ ସିଂହ, ଜିଲା ପରିଷଦ ସଭ୍ୟ ଦିଲୀପ ଖର୍ସେଲଙ୍କ ନେତୃତ୍ୱରେ ସ୍ଥାନୀୟ ତଥା ଜିଲା ସ୍ତରୀୟ ଦଳର କର୍ମକର୍ତା ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Comments are closed.