ଟିଟିଲାଗଡ଼ ବିଧାନସଭାରେ ବିଜେଡ଼ି ଓ କଣ୍ଟାବାଞ୍ଜିରେ କଂଗ୍ରେସ ଆଗୁଆ

ଟିଟିଲାଗଡ଼ : ଟିଟିଲାଗଡ଼ ବିଧାନସଭା ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ବିଜେଡ଼ିର ଟୁକୁନି ସାହୁ ୯୫୪ ଭୋଟରେ ଆଗୁଆ ରହିଛନ୍ତି। ଗୋଟିଏ ମେସିନ ଖରାପ ଯୋଗୁଁ ଭୋଟ ଗଣନା ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ଗଣତିରେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ୪୨୮ ଭୋଟରେ ଆଗୁଆ ରହିଛନ୍ତି।