ଟିଟିଲାଗଡରେ ତାପମାତ୍ରା ୪୫.୮; ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଝାଞ୍ଜିପବନ ବହିବାରେ ଲାଗିଛି। ଫନି ପରେ ବିଜୁଳି ସଂଯୋଗରେ ବିଳମ୍ବକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଦିନ ୧୦ଟା ପରେ ଖରାର ତାପ ଏତେ ବଢି ଯାଉଛି ଯେ ଲୋକମାନେ ବାହାରକୁ ବାହାରିପାରୁନାହାନ୍ତି। ଶନିବାର ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ବ ରହିଛି। ଟିଟିଲାଗଡ଼ରେ ଲଗାତାର ତିନି ଦିନ ଧରି ୪୫ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଟିଟିଲାଗଡ଼ରେ ଚଳିତ ବର୍ଷର ସର୍ବାଧିକ ୪୫.୮ ଡିଗ୍ରୀକୁ ତାପମାତ୍ରା ଛୁଇଁଛି। ରାଜ୍ୟରେ ବାତ୍ୟା ଫନି ପରେ ବିଭିନ୍ନ ସହରରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି।

Comments are closed.