ଦୁର୍ଘଟଣାରେ ଯୁକକ ମୃତ; ଶବ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଟିଟିଲାଗଡ : ବଲାଙ୍ଗିର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମର କିଶୋର ବଗର୍ତ୍ତୀ(୩୦)ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାକୁ ନେ଼ଇ ସ୍ଥାନୀୟ ଲୋକେ ଟିଟିଲାଗଡ ବଲାଙ୍ଗୀର ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତ୍ରୀରେ ଏଆରଏସଏସ୍ କମ୍ପାନୀର ଏକ ଟ୍ରାକ୍ଟର ବେଆଇନ୍ ଭାବରେ ଏଙ୍ଗଲ ନେଇ ଯାଉଥିବାବେଳେ ଏକ ଅଟୋରେ ଯାଉଥିବା କିଶୋରଙ୍କ ପେଟରେ ଭୂଷି ହୋଇ ତାଙ୍କର ଘଟଣା ସ୍ଥାଳରେ ହିଁ ମୃତ୍ୟୁ ଘଟିଥିଲା। ଆଜି ଅପରାହ୍ନ ୧ ଟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ କରିଛନ୍ତି। ଅଦ୍ୟାବଧି ପ୍ରଶାସନ ପହଞ୍ଚି ନଥିବାରୁ ଉତ୍ତେଜନା ବଢ଼ୁଛି।