ଦୋଷୀ ଗିରଫ ହେବେ – ଏସପି

ଟିଟିଲାଗଡ଼ : କଳାହାଣ୍ଡି ଜିଲା ମହାଳିଙ୍ଗ ଗାଁର ଏକ ଘରୋଇ ସ୍କୁଲରେ କାର୍ୟ୍ୟ କରୁଥିବା ତୁରକେଲା ଥାନା ଅଞ୍ଚଳର ଜଣେ ଯୁବତୀ (ଶିକ୍ଷୟତ୍ରୀ) ନିଖୋଜ ଘଟଣାରେ ବଲାଙ୍ଗୀର ପୁଲିସ ମୁହଁ ଖୋଲିଛନ୍ତି। ଘଟଣାରେ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁ ଟିଟିଲାଗଡ଼ ଥାନାରୁ ଫେରାର ହେବା ନେଇ ବଲାଙ୍ଗୀର ଏସପି ନିତିନ କୁଶଳକର ଟିଟିଲାଗରେ ଆଜି ମଧ୍ୟ ଖାନତଲାସ ଜାରି ରଖିଛନ୍ତି । ଏନେଇ ଏସପିଙ୍କୁ ପଚାରିବାରୁ ନିଖୋଜ ଶିକ୍ଷୟତ୍ରୀଙ୍କୁ ଖୁବ ଶୀଘ୍ର ଖୋଜାଯିବ ବୋଲି କହିଛନ୍ତି, ଏହି ଘଟଣାରେ ୩ ଜଣ ପୁଲିସ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଥିବା ସହ ଶିକ୍ଷୟତ୍ରୀଙ୍କୁ ଠାବ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ଏସପି କହିଛନ୍ତି।

Comments are closed.