କୋଭିଡ କେୟାର ସେଣ୍ଟର ପ୍ରସ୍ତୁତି ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଓ ଆଖପାଖ ବ୍ଲକର ଗ୍ରାମାଞ୍ଚଳ ଗୁଡିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଅଚାନକ କଣ୍ଟାବାଞ୍ଜି ଗସ୍ତରେ ଯାଇଥିଲେ। ସେ ଗସ୍ତ ଅବସରରେ ସ୍ଥାନୀୟ ଡାକ୍ତରଖାନା ପରିଦର୍ଶନ କରିବା ସହ ଏମସିଏଚ ବିଲଡିଂ ପରିଦର୍ଶନ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା କାଳରେ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ ଡାକ୍ତର ଏସ. ପି. ଡ଼ି. ପଣ୍ଡା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସୁରେଶ କୁମାର ପାତ୍ର ଓ ଜିପିଇଚ ସହକାରୀ ଇଂ ଉର୍ବଶୀ ତାଣ୍ଡି ଉପସ୍ଥିତ ଥିଲେ।

Comments are closed.