ପକସୋ ଆଇନ ସମ୍ପର୍କରେ ସଚେତନ କଲେ ବିଚାରପତି

ଟିଟିଲାଗଡ଼ : ତାଳୁକ ଆଇନ ସେବା ସମିତି ଟିଟିଲାଗଡ଼ ପକ୍ଷରୁ ପକସୋ ଆଇନ ଏବଂ ପୀଡିତାଙ୍କୁ ସହାୟତା ସମ୍ପର୍କରେ ଶନିବାର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  । କାର୍ୟ୍ୟକ୍ରମରେ ଟିଟିଲାଗଡ଼ ଏଡିଜେ ରାଜକିଶୋର ମହାପାତ୍ର, ସବ ଜଜ ରମାକାନ୍ତ ମହାନ୍ତି, ଏସଡ଼ିଜେଏମ ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, ଜେଏମଏଫସି ଲିପ୍ସା ରାଉତ, ଫ୍ରଣ୍ଟ ରିଟେନର ଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ପକସୋ ଆଇନରେ ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଏବଂ ସେ ସମ୍ବନ୍ଧୀୟ ଆଇନଗତ ଦଣ୍ଡବିଧାନ, ପୀଡିତାଙ୍କୁ ସରକାରୀ ସହାୟତା ନେଇ ସଚେତନ କରିଥିଲେ  । ତାଳୁକ ସମିତି କିରାଣୀ ଯଶୋବନ୍ତ ଛତ୍ରିଆ ସଭା ପରିଚାଳନା କରିଥିବା ବେଳେ ଆଇସିଡ଼ିଏସ ସୁପରଭାଇଜର ପୂର୍ଣ୍ଣିମା ବୈଠାରୁ, ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ବନାଲି ସେଠ ତଥା ବିଦ୍ୟାଳୟର ଲିଗାଲ ସେଲ ଶିକ୍ଷୟତ୍ରୀ, ଛାତ୍ରୀ ଉପସ୍ଥିତ ଥିଲେ  ।

Comments are closed.