ବିଧାୟକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ଟିଟିଲାଗଡ଼଼: ପଞ୍ଚାୟତ ନିର୍ବାଚନ ନେଇ ଗୁରୁବାର ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପରିଷଦ ପ୍ରାର୍ଥୀପତ୍ର ଦାଖଲ ନେଇ ପ୍ରବଳ ଭିପଡ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ଦଳର ପ୍ରାର୍ଥି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଗହଣରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ୭ଟି ଜିଲା ପରିଷଦ ଜୋନର ପ୍ରାର୍ଥି ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଜିଲା ବିଜେଡି ସାଧାରଣ ସମ୍ପାଦକ ଫିରୋଜ ଖାନ, ଜିଲା ବିଜେପି ସାଧାରଣ ସମ୍ପାଦକ ମୁକେଶ ଜୈନ, ଟିଟିଲାଗଡ଼ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ମୁକେଶ ଜୈନ, ଟିଟିଲାଗଡ଼ ବ୍ଲକ କଂଗ୍ରେସ ସଭାପତି ବିକାଶ ପାଣିଗ୍ରାହୀ, ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ ପ୍ରମୁଖ ବହୁ ନେତା ଉପସ୍ଥିତ ରହି ସେମାନଙ୍କ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କରିଥିଲେ। ଆଜି ମୋଟ ୨୮ ଜଣ ପ୍ରାର୍ଥି ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Comments are closed.