ହକ ପାଇଁ ରାଜରାସ୍ତାରେ ଚାଷୀ

ଟିଟିଲାଗଡ଼: ବିଭିନ୍ନ ଦାବି ନେଇ ଟିଟିଲାଗଡ଼ ବ୍ଲକର ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। କୃଷକ ସଂଘର୍ଷ ଅଭିଯାନ ଟିଟିଲାଗଡ଼, ଜୟ କିଷାନ ଆନ୍ଦୋଳନ ବଲାଙ୍ଗୀର ଓ କୃଷକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଶତାଧିକ ଚାଷୀ ଯୋଗଦେଇ ନଗର ପରିକ୍ରମା କରିଥିଲେ। ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି। ଟିଟିଲାଗଡ଼ ବ୍ଲକକୁ ମରୁଡି ଘୋଷଣା, ଦରଦାମ ବୃଦ୍ଧି ନିୟନ୍ତ୍ରଣ, କୃଷି ଆଇନ ପ୍ରତ୍ୟାହାର, ଏମଏସପି ସୁନିଶ୍ଚିତ କରିବାକୁ ଚାଷୀ ଦାବି କରିଛନ୍ତି।

Comments are closed.