ଅସରାଏ ବର୍ଷାରେ ଗାଁ ରାସ୍ତା ବେହାଲ

ଟିଟିଲାଗଡ଼:ଟିଟିଲାଗଡ ବ୍ଲକ ଅନ୍ତର୍ଗତ କତରକେଲା ଗାଁ ଭିତରେ ରାସ୍ତା କାମ ଆରମ୍ଭ କରି ପ୍ରାୟ ୪ମାସ ହେଲା ଠିକାଦାର ଉଭାନ ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ଖୋଳା ଯାଇଥିବା ଯୋଗୁଁ ଲୋକେ ଯିବା ଆସିବା ଦୁରୁହ ବ୍ୟାପାର ହୋଇପଡିଛି। ଅସରାଏ ବର୍ଷାରେ ଗାଁ ରାସ୍ତା ବେହାଲ୍‌ ହୋଇଯାଉଛି। କିଛି ଦିନ ହେଲା କାଳବୈଶାଖୀ ବର୍ଷାରେ ରାସ୍ତାଟି ଏବେ ସମ୍ପୂର୍ଣ୍ଣ ଜଳମଗ୍ନ। ଏନେଇ ଆଣ୍ଠୁଏ ପାଣିରେ ବିଶେଷ କରି ପାଣି ଆଣିବାକୁ ଯାଉଥିବା ଗାଁ ମହିଳା ତଥା ତଥା ଗାଈଗୋରୁ ଚଳପ୍ରଚଳରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ସୂଚନା ଯେ, ଟିଟିଲାଗଡ କେସିଙ୍ଗା ରାସ୍ତା ଠାରୁ ଗାଁ ଦେଇ ଉଦେପୁରକୁ ଟିଟିଲାଗଡ ଆର୍ଡି ବିଭାଗ ପକ୍ଷରୁ ରାସ୍ତା କାମ ଆରମ୍ଭ ହୋଇଥିଲା। ତେବେ ରାସ୍ତା କାମ ଏବେ ଅଧପନ୍ତରିଆ ହୋଇପଡିରହିଛି। ଏନେଇ ଠିକାଦାରଙ୍କୁ ପଚାରିବାରୁ ଆରଡି ବିଭାଗ ମାପଚୁପ କରି କେତେ ଓସାର ରାସ୍ତା ହେବ ଦେଖାଉ ନଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆର୍ଡି ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ ଦାଶ ରାସ୍ତାଟିର ପ୍ରକୃତ ସୀମା ନେଇ ସେ ବଲାଙ୍ଗିରରୁ ନକ୍ସା ମଗାଇଥିଲେ। ତାହା ପହଞ୍ଚିଯାଇଛି। ତେବେ କରୋନା ତାଲାବନ୍ଦ ଉଠିବା ପରେ ଗାଁକୁ ଯାଇ ମାପଚୁପ କରିବା ପାଇଁ ଉପ ଜିଲାପାଳ କହିଛନ୍ତି। ଲୋକେ ରାସ୍ତାକୁ ମାଡି ଘର ତିଆରି କରିଥିବାରୁ ଗାଁ ଲୋକଙ୍କ ସହଯୋଗ ମିଳିଲେ ହିଁ କାମ ହୋଇପାରିବ ବୋଲି ଶ୍ରୀ ଦାଶ କହିଛନ୍ତି। ତେବେ ଏତେ ସବୁ କାମ ବାକି ଥାଇ ଅଚାନକ ରାସ୍ତାକୁ ଖୋଳାଖୋଳି କରିଦେବାକୁ ନେଇ ଗ୍ରାମବାସୀ ନିନ୍ଦା କରିଛନ୍ତି। ଏନେଇ ତୁରନ୍ତ ରାସ୍ତା କାମ କରିବାକୁ ଦାବି ହୋଇଛି।

 

Comments are closed.