ଇରାନରୁ ଆସିଥିବା ଦମ୍ପତି ରହସ୍ୟମୟ ଭାବେ ନିଖୋଜ – ତଦନ୍ତ ଜାରି

ଟିଟିଲାଗଡ଼ : ଇରାନ ଦେଶରୁ ଟିଟିଲାଗଡ଼ ଆସିଥିବା ଦମ୍ପତ୍ତି ନିଖୋଜ ଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଇରାନ ଦେଶରୁ ଉକ୍ତ ଦମ୍ପତି ଫେରି ଟିଟିଲାଗଡ଼ର ଏକ ହୋଟେଲରେ ରହିଥିଲେ। ମାତ୍ର ସକାଳେ ସେମାନେ ନିଖୋଜ ହୋଇଯାଇଛନ୍ତି। ଏହି ଖବର ଲୋକଲୋଚନକୁ ଆସିବା ପରେ ଟିଟିଲାଗଡ଼ର ସମସ୍ତ ସ୍ଥାନରେ ଅଧିକ ସଚେତନ ରଖିବା ପାଇଁ ମଧ୍ୟ କୁହାଯାଇଛି। କାନାଡ଼ା, ଆମେରିକା, ଜର୍ମାନୀ ଆଦି ଦେଶରୁ ୬ ଜଣ ବିଦେଶ ଫେରନ୍ତାଙ୍କୁ ଆଇସୋଲେସନରେ ରଖାଯାଇଛି। ଏନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଉପଜିଲ୍ଲାପାଳ ଆଲୋଚନା କରିଛନ୍ତି ବୋଲି ସୂଚନା ମିଳିଛି।

Comments are closed.