ତତଲାଗଡରେ ପାନୀୟଜଳ ପାଇଁ ରାସ୍ତାରୋକ

ଟିଟିଲାଗଡ଼ : ଗ୍ରୀଷ୍ମ ଋତୁରେ ଅସହ୍ୟ ତାପମାତ୍ରା ବୃଦ୍ଧି ନେଇ ତତଲାଗଡ ଭାବରେ  ଟିଟିଲାଗଡ ପରିଚିତ। ଟିଟିଲାଗଡ଼ ପୋୖରାଞ୍ଚଳରେ ଦିନକୁ ଦିନ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ପ୍ରାୟ ୭ ଦିନରେ ଥରେ ପାଇପ ଜଳ ଯୋଗାଣ ହେଉଛି। ସହରର ସିରଭଟା ପଡାବାସୀ ଦୀର୍ଘ ୭ ଦିନ ହେଲା ପାନୀୟ ଜଳରୁ ବଂଚିତ ରହିଥିବା ନେଇ ରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ ଆଜି ସକାଳୁ ବାଲଟି, ଗରିଆ ଧରି ରାଜରାସ୍ତାକୁ ଅବରୋଧ କରି ପ୍ରତିବାଦ କରିଛନ୍ତି। ବିଜେପି ଯୁବ ମୋର୍ଚ୍ଚା ନେତା ନରସିଂ ସିଂ, ଶ୍ରମିକ ନେତା ଜୟସିଂ ତାଣ୍ଡି, ମହିଳା ନେତ୍ରୀ ଚମ୍ପା ଦାଶ, ରମା ତାଣ୍ଡି, ଆରତୀ ତାଣ୍ଡି, ସଞ୍ଜୁ ନାଗ, କଲ୍ୟାଣି ସାହୁ ପ୍ରମୁଖ ଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି।

Comments are closed.