ଟିଟିଲାଗଡ଼ରେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ ଜିଏସଟି ଚଢ଼ାଉ

ଟିଟିଲାଗଡ଼ : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଗଜାନନ ଅଗ୍ରୱାଲଙ୍କ ପ୍ରତିଷ୍ଠାନ ଉପରେ ଗୁରୁବାର ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ଖବର ମିଳିଛି। ଆଜି ସକାଳୁ ବଲାଙ୍ଗୀର ,ନୂଆପଡା ଏବଂ ଭବାନୀପାଟଣା ଜିଏସଟି ବିଭାଗ ମୁଖ୍ୟ ଦେବଦତ୍ତ ବେହେରାଙ୍କ ନେତୃତ୍ୱରେ ୨୨ ଜଣିଆ ଟିମ ର ମିଳିତ ଚଢ଼ାଉ କରାଯାଇଛି। ଗଜାନନ ଅଗ୍ରୱାଲଙ୍କ ଟ୍ରେଡ଼ ଏଣ୍ଡ କୋ, ଶ୍ରୀ ଅମ୍ବିକା ଟ୍ରେଡ, ମନୀଷା ଷ୍ଟ୍ରିଲିମ, ଜିଏସ ଏଣ୍ଡ କୋ ଆଦି ୪ଟି ବିଭିନ୍ନ ପ୍ରତିଷ୍ଠାନରେ ବ୍ୟାପକ ବନ୍ଧୁକ ଧାରୀ ପୁଲିସ ଉପସ୍ଥିତିରେ ଖୋଲତାଡ଼ ଜାରି ରହିଛି। ଜିଏସଟି ଫାଙ୍କି ଅଭିଯୋଗ ନେଇ ତଦନ୍ତ ଜାରି ରହିଥିବା ଅଧିକାରୀ କହିଛନ୍ତି।