ଅମନିଆଙ୍କୁ ସାବାଡ଼ ପାଇଁ ଆକ୍ସନ ମୁଡରେ ନୂଆ ଉପଜିଲାପାଳ

ଟିଟିଲାଗଡ଼: ଆକ୍ସନ ମୁଡରେ ଟିଟିଲାଗଡ଼ ନୂଆ ଉପଜିଲାପାଳ ସୋମେଶ ଉପାଧ୍ୟାୟ। କରୋନା ସଂକ୍ରମଣକୁ କିଭଳି ଭାବେ ରୋକାଯାଇ ପାରବି ଓ ଅମାନିଆଙ୍କୁ ସାବାଡ କରାଯାଇ ପାରିବ ସେ ନେଇ କରୋନା କଟକଣାକୁ କଡ଼ାକଡି ଭାବେ ଲାଗୁ କରାଯାଇଛି। ମଙ୍ଗବବାର ଟଟିଟଲାଗଡ଼ରେ ଉପଜିଲାପାଳଙ୍କ ସମେତ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦରନାଥ ଶତପଥି ଏବଂ ପୁଲିସ ବାହିନୀ ସହରରେ ବୁଲି କରୋନା କଟକଣାକୁ ଯୋରଦାର କରଛନ୍ତି। ଏହି ସମୟରେ ୩ଟି ଦୋକାନକ ସିଲ ସହ ଅନେକ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। କରୋନା ନେଇ ପ୍ରଥମ ଥର ପାଇଁ ଟିଟିଲାଗଡ଼ ସହରରେ ଏଭଳି କଟକଣା ଲାଗୁପରେ ଅମାନିଆଙ୍କ ମନରେ ଛନକା ପସିଛି। ବୁଦ୍ଧିଜୀବୀଙ୍କ ମହଲରେ ଏହାକୁ ଜୋରଦାର ସ୍ଵାଗତ କରାଯାଇଛି।

Comments are closed.