କରୋନା ସନ୍ଦେହରେ ଜଣେ ଶ୍ରମିକଙ୍କୁ ଅଟକ

ଟିଟଲାଗଡ଼ : କରୋନା ସନ୍ଦେହରେ ଶନିବାର ରାତ୍ରିରେ ଏଲୋପି ଏକ୍ସପ୍ରେସ୍ ଟ୍ରେନ୍ରରୁ ଜଣେ ଶ୍ରମିକଙ୍କୁ ଓହ୍ଲାଇଥିବା ବେଳେ ଟିଟିଲାଗଡ଼ ଆରପିଏଫ ପୁଲିସ ଅଟକ ରଖିଛି। ଆରପିଏଫ ଅଧିକାରୀ ଏମ୍ ଏସ୍ କୁମାବତଙ୍କ ସୂଚନା ମୁତାବକ ଉକ୍ତ ଶ୍ରମିକ ଜଣଙ୍କ ତାମିଲନାଡୁ ରାଜ୍ୟରେ କାମ କରୁଥିଲେ। ସେଠାରେ ସ୍କ୍ରିନିଂ ମେସିନରେ ପରୀକ୍ଷା କରିଵାରୁ ତାଙ୍କ ଶରୀରର଼ ତାପମାତ୍ରା ଅଧିକ ଥିଵା ଜଣା ପଡ଼ିଥିଲା। ତାଙ୍କୁ ସେଠାରେ ଅନ୍ୟ ଶ୍ରମିକଙ୍କ ଠାରୁ ଅଲଗା ରହିବା ପାଇଁ କୁହାଯାଇଥିଲା। ତେବେ ସେ ଭୟରେ ନିଜ ଘର ଝାରଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳକୁ ଏଲୋପି ଏକ୍ସପ୍ରେସ ଟ୍ରେନ ଯୋଗେ ଫେରୁଥିଲେ। ଏସମ୍ପର୍କରେ ସେଠାରୁ ସମ୍ବଲପୁର ଆରପିଏଫ ଅଧିକାରୀଙ୍କ ଜରିଆରେ ଶ୍ରମିକଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଓହ୍ଲାଇ ଦେବାକୁ ନିର୍ଦ୍ଦେଶ ସ୍ଥାନୀୟ ଆରପିଏଫକୁ ଦିଆଯାଇଥିଲା। ତଦନୁଯାୟୀ ଆରପିଏଫ ପକ୍ଷରୁ ରେଳ ଷ୍ଟେସନ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରମିକଙ୍କୁ ଓହ୍ଲାଇ ଆଇସୋଲେସନରେ ରଖାଯାଇଛି। ସ୍ଥାନୀୟ ରେଳବାଇ ସ୍ବାସ୍ଥ୍ୟ ଅଧିକାରୀ ଶ୍ରମିକଙ୍କ ପରୀକ୍ଷା କରିବାରୃ କରୋନା ସଂକ୍ରମିତ ଭଳି କୈଣସି ଲକ୍ଷଣ ନଥିଵା କହିଛନ୍ତି। ଶ୍ରମିକଙ୍କୁ ଆଜି ବଲାଙ୍ଗୀର ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଆରପିଏଫ ଅଧିକାରୀ କହିଛନ୍ତି।

Comments are closed.