ଟାଙ୍ଗିଆରେ ହାଣି ଦାଦାକୁ ହତ୍ୟା ମାମଲା : ଅଭିଯିକ୍ତକୁ ଆଜୀବନ ଜେଲ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ସଇନ୍ତଲା ଥାନା ଅନ୍ତର୍ଗତ ଖରଜୁରି ଗ୍ରାମର ୨୦୧୬ମସିହାରେ ବିଶ୍ବମ୍ବର ବନଛୋରକୁ ପୁତୁରା ଅନାଦି ବନଛୋର ହତ୍ୟା କରିଥିଲା। ଏହି ମାମଲାରେ ଟିଟିଲାଗଡ ଅତିରିକ୍ତ ଜିଲା ଦୌରା ଜଜ ମଙ୍ଗଳବାର ଅଭିଯୁକ୍ତ ଅନାଦିକୁ ଆଜୀବନ କାରାଦଣ୍ଡା ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ବିଶ୍ବମ୍ବର ବଡସାଇମରା ଗ୍ରାମପଞ୍ଚାୟତ କାର୍ୟ୍ୟାଳୟରୁ ଭତ୍ତା ଟଙ୍କା ଧରି ଫେରୁଥିବା ବେଳେ ଅଭିଯୁକ୍ତ ଅନାଦି ନିଜ ଭାଇ ସହ କଳିଗୋଳ କରୁଥିଲେ। ବିଶ୍ବମ୍ବର ଉଭୟଙ୍କୁ ଶାନ୍ତ କରୁଥିବା ବେଳେ ଅଭିଯୁକ୍ତ ଅନାଦି ଏକ ଟାଙ୍ଗିଆରେ କାକା ବିଶ୍ବମ୍ବରକୁ ହତ୍ୟା କରିଥିଲେ । ଘଟଣା ପରେ ଅଭିଯୁକ୍ତ ଗିରଫ କରାଯାଇ ଟିଟିଲାଗଡ ଜେଲରେ ରଖାଯାଇଥିଲା।

Comments are closed.